ଘର କଲେ ବଟି ଦିଅ! ବିନା ବଟିରେ ଘର କଲେ ବୁଲିବ ଖଣ୍ଡା

10,350

କନକ ବ୍ୟୁରୋ: ସମସ୍ତଙ୍କ ସ୍ୱପ୍ନ ଥାଏ ରାଜଧାନୀରେ ଏକ ଘର କରିବା । କିନ୍ତୁ ଅଧିକାଂଶ ସ୍ଥାନରେ ଘର କଲାବେଳେ ଦୌରାତ୍ମ୍ୟ କରୁଛନ୍ତି ଦଲାଲା । ଦାଦାବଟି ମାଗୁଛନ୍ତି. ଘର ତିଆକି ସିଂମେଟ, ବାଲି ଓ ଅନ୍ୟ ଜିନିଷ ନେବାକୁ ବାଧ୍ୟ କରୁଛନ୍ତି । ଏଭଳି ଜଣେ ଦଲାଲଙ୍କୁ କାବୁ କରିଛି କମିଶନରେଟ ପୁଲିସ । ଇନଫୋଭ୍ୟାଲି ଥାନା ଓଗାଳପଡା ଅଂଚଳରେ ଲୋକାଲ ଭାଇ ସାଜିଥିବା ଗୋପାଳ ବେହେରାଙ୍କୁ ଗିରଫ କରିଛି ପୁଲିସ । ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଅଢେଇ ଗୁଣ୍ଠ ଜମିକୁ ଜୋରଜବରଦସ୍ତ ଖୋଳି ଦେଇଥିଲେ ଅଭିଯୁକ୍ତ ଗୋପାଳ । ୩ ଲକ୍ଷ ବଟି ନଦେଲେ ଜମି ମାଲିକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଘର କରିବାକୁ ହେଲେ ଲୋକାଲ ଟ୍ୟାକ୍ସ କହି ଟଙ୍କା ମାଗୁଥିଲେ ଅଭିଯୁକ୍ତ ।

କମିଶନରେଟ ପୁଲିସ ପକ୍ଷରୁ ଦାଦାବଟିକୁ ନାଁ ନାମରେ ଅଭିଯାନ ଚାଲିଛି । ହେଲେ ଏହାକୁ ବାଏଁ ବାଏଁ ଉଡାଇଦେଉଛନ୍ତି କିଛି ଦଲାଲ ଓ ଗୁଣ୍ଡା । ଅଧିକାଂଶ ଅଂଚଳରେ ଏମାନେ ପୁଲିସକୁ ମାନୁନାହାନ୍ତି । ଘର କଲେ ଟଙ୍କା ମାଗିବା ସହ ମାରପିଟ କରି ଗୁଣ୍ଡାରାଜ ଚଳାଉଛନ୍ତି । ଏଭଳି ହେଲେ ଥାନାର ଦ୍ୱାରସ୍ଥ ହୋଇପାରିବେ କିମ୍ବା ପୁଲିସର ଦ୍ୱାରସ୍ଥ ହୋଇପାରିବେ । କିନ୍ତୁ ରାଜଧାନୀରେ ଏହା ଅଧିକାଂଶ କ୍ଷେ୍ତ୍ରରେ ପାଳନ ହେଉନାହିଁ ।

ଗୋପାଳ ଭଳି କେଉଁ ବ୍ୟକ୍ତି ଆପଣଙ୍କୁ ଦାଦାବଟି ମାଗୁଛନ୍ତି କି?
ବଟି ନ ଦେଲେ ଧମକ ମିଳୁଛି କି?
ଗୁଣ୍ଡା ଭୟରେ ଆପଣ କାହାକୁ ଟଙ୍କା ଦେଉଛନ୍ତି କି?

ତେବେ ରାଜଧାନୀରେ ଅପରାଧୀଙ୍କୁ ସାବାଡ କରିବାକୁ ପୁଲିସର କ୍ୟାମ୍ପେନ ‘ଦାଦାବଟିକୁ ନା’ରେ ସାମିଲ ହେବାକୁ ପରାମର୍ଶ ଦେଇଛି କମିଶନରେଟ ପୁଲିସ ।