ଜନ୍ମମାଟି ଅଭିମୁଖେ ଦାମ ରାଉତଙ୍କ ପାର୍ଥୀବ ଶରୀର । ଶେଷ ଦର୍ଶନ ପାଇଁ ପ୍ରିୟଜନ ଓ ସମର୍ଥକଙ୍କ ଭିଡ । ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ।

143

କନକ ବ୍ୟୁରୋ: ଜନ୍ମମାଟି ଅଭିମୁଖେ ବରିଷ୍ଠ ବିଜେଡି ନେତା ଦାମ ରାଉତଙ୍କ ମରଶରୀର ।ତାଙ୍କ ନିର୍ବାଚନ ମଣ୍ଡଳୀରେ ଶେଷ ଦର୍ଶନ କରିବାକୁ ଚାହିଁ ରହିଛନ୍ତି କରିବେ ପ୍ରିୟଜନ ଓ ସମର୍ଥକ । ଜନ୍ମମାଟି ଅଭିମୁଖେ ଯାଉଥିବାବେଳେ ବାଟରେ ତାଙ୍କ ପାର୍ଥୀବ ଶରୀରକୁ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇଛନ୍ତି ସମର୍ଥକ ।
ଦାମଙ୍କ ପାର୍ଥିବ ଶରୀର ଜନ୍ମମାଟି ଏରସମାକୁ ଯାଉଛି । ସେଠାରେ ତାଙ୍କ ପ୍ରିୟଜନ ତାଙ୍କୁ ଶେଷ ଦର୍ଶନ କରିବା ପରେ ପୁଣିଥରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଅଣାଯିବ । ଏଠାରେ ତାଙ୍କର ଶେଷକୃତ୍ୟ କରାଯିବାର ସୂଚନା ରହିଛି ।