ନ୍ୟୁଜିଲ୍ୟାଣ୍ଡରେ ସାମୁଦ୍ରିକ ଝଡ଼ ଗ୍ରାବିଏଲର ଭୟ । ପୂର୍ବ-ଉତର ଦ୍ୱୀପରେ ହାଇଆର୍ଲଟ, ସ୍ଥିତିକୁ ଦେଖି ବିଭିନ୍ନ ସହରରେ ଏମରଜେନ୍ସି ଜାରି

137

କନକ ବ୍ୟୁରୋ : ଭୁସ୍ଖଳନ ଓ ବନ୍ୟା ଭିତରେ ଏବେ ନ୍ୟୁଜିଲ୍ୟାଣ୍ଡରେ କାଳ ସାଜିଛି ସାମୁଦ୍ରିକ ଝଡ । ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ପ୍ରାକୃତିକ ବିପର୍ଯୟରେ ବହୁ ଧନଜୀବନ ହାନୀ ଆଶଙ୍କାରେ ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି ନ୍ୟୁଜିଲ୍ୟାଣ୍ଡ ସରକାର । ଏହା ସହ ଦେଶକୁ ବିମାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ନର୍ଥଲ୍ୟାଣ୍ଡ. ଓକଲ୍ୟାଣ୍ଡ, ତାଇରାବିଟି, ବେ ଅଫ ଲିପ୍ଟି, ବାଇକୋଟ. ହକସରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଏହି ଘୂର୍ଣ୍ଣିଝଡ ପାଇଁ ଉତର ପୂର୍ବ ନ୍ୟୁଜିଲ୍ୟାଣ୍ଡରେ ସବୁଠୁ ଅଧିକ ପ୍ରଭାବ ପକାଇବା ଆଶଙ୍କା ରହିଛି । ବିଶେଷ କରି ସାମୁଦ୍ରିକ ଝଡ଼ ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ଭୁସ୍ଖଳନ ଓ ବନ୍ୟାର ଆଶଙ୍କା ରହିଛି । ନ୍ୟୁଜିଲ୍ୟାଣ୍ଡ ଇତିହାସରେ ଏଭଳି ସାମୁଦ୍ରିକ ଝଡ଼ ୩ୟଥର ପାଇଁ ହେବାକୁ ଯାଉଛି । ସେପଟେ ଝଡ଼ର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି । ଘଂଟାକୁ ୨୩୦ କିଲୋମିଟର ପବନ ବୋହିବା ସହ ଲଗାଣ ବର୍ଷା ଆରମ୍ଭ ହୋଇଛି ।