ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ । ବିଳମ୍ବିତ ରାତିରେ ଜାଳି ଦେଲେ ବାଇକ୍ 

47

କନକ ବ୍ୟୁରୋ : ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ । ବିଳମ୍ବିତ ରାତିରେ ଯୁବକଙ୍କ ଜାଳି ଦେଲେ ବାଇକ । ସୂଚନା ଅନୁସାରେ ୭ ନମ୍ବର ୱାର୍ଡରେ ବୋମାମାଡ଼, ଗୁଳିକାଣ୍ଡକୁ ନେଇ ଉତେଜନା ଲାଗି ରହିଛି । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଲାଗିଥିବା ବେଳେ ଶାନ୍ତି ବଜାୟ ରଖିବାକୁ ପୋଲିସ ପକ୍ଷରୁ ଫ୍ଲାଗ୍ ମାଚ୍ଚ କରିବା ସହିତ ଶାନ୍ତି କମିଟି ମାଧ୍ୟମରେ ବୁଝାସୁଝା କରାଯାଇଥିଲା । ହେଲେ କେହି ଦୁର୍ବୃତ୍ତ ଗତକାଲି ଏଭଳି ଘଟଣା ଘଟାଇଥିବା ବେଳେ ପୋଲିସକୁ ଖୋଲାଖୋଲି ଚ୍ୟାଲେଂଜ କରୁଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ ଜଣେ ଫୁଲ ଦୋକାନିଙ୍କ ଝିଅ ଏବଂ ଫୁଲ ଦୋକାନୀଙ୍କର ଗୋଟିଏ ଏବଂ ଗୋଟିଏ ବାଇକକୁ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପୋଡିଦେଇଥିଲେ । ଯାହାକୁ ନେଇ ଅନେକ ସନ୍ଦହ ବଢିବାରେ ଲାଗିଛି । ଲୋକଙ୍କୁ ଭୟଭିତ କରିବା ପାଇଁ କିଏ ଏପରି କରୁଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ପୋଲିସ ତଦନ୍ତ ଆମ୍ଭ କରି ଏହା ପଛର ମାଷ୍ଟର ମାଇଣ୍ଡକୁ ଖୋଜୁଛି ।