ମନର ଦ୍ୱନ୍ଦ ଦୂର କଲା ଆଇସିଏମଆର । ସ୍ୱାସ୍ଥ୍ୟ ସଂଗଠନର ଦୃଢୋକ୍ତି, କୋଭିଡ ଟିକା ପାଇଁ ଯୁବବର୍ଗକଙ୍କୁ ହେଉନି ଆକସ୍ମିକ ହୃଦଘାତ

133

କନକ ବ୍ୟୁରୋ : କୋଭିଡ ଭ୍ୟାକସିନ୍ ଯୋଗୁଁ ଯୁବବର୍ଗଙ୍କ ମୃତ୍ୟୁ ବଢୁଥିବା ନେଇ ଚର୍ଚ୍ଚାକୁ ଖଣ୍ଡନ କଲା ଆଇସିଏମଆର । କୋଭିଡ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ । ଦେଶରେ ୨ ମିଲିୟନରୁ ଅଧିକ ଡୋଜ୍ ଟିକା କରଣ ହୋଇଥିଲା । କିନ୍ତୁ ଗତ ଦେଢ ବର୍ଷ ମଧ୍ୟରେ ଦେଶରେ ହୃଦଘାତ ହେତୁ ଯୁବକଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ତେବେ କୋଭିଡ ଟୀକାର ପାଶ୍ୱ ପତ୍ରିକ୍ରିୟା ହେତୁ ହୃଦଘାତ ବୃଦ୍ଧି ପାଉଥିବା ନେଇ କୁହାଯାଉଥିବା ବେଳେ ଏହାର ଜବାବ ରଖିଛି ଆଇସିଏମଆର । ଭାରତରେ ଯୁବପିଢୀଙ୍କ ଅକସ୍ମାତ ମୃତ୍ୟୁ ପାଇଁ କୋଭିଡ ଟୀକା ଦାୟୀ ନୁହେଁ ବୋଲି କହିଛି ଆଇସିଏମଆର । ଏଥିପାଇଁ ପାରିବାରିକ କାରଣ, ଅତ୍ୟଧିକ ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟାନ୍ୟ କୁଅଭ୍ୟାସ ଦାୟୀ ବୋଲି ଆଇସିଏମଆର କହିଛି ।