ପତଂଜଳୀକୁ ସୁପ୍ରିମକୋର୍ଟଙ୍କ ତାଗିଦ । କୋର୍ଟଙ୍କ ତାଗିଦ, କହିଲେ ଆଧୁନିକ ଔଷଧ ଓ ଟିକା ବିରୋଧରେ ପ୍ରଚାର କରନି ଭ୍ରମିତ କରୁଥିବା ବିଜ୍ଞାପନ

224

କନକ ବ୍ୟୁରୋ : ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଂଜଳୀ ଆୟୁବେର୍ଦର ବିଜ୍ଞାପନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କୌଣସି ବିଭ୍ରାନ୍ତିକ, ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କଲେ ଜରିମାନା ଲାଗୁ କରାଯିବ ବୋଲି ପତଞ୍ଜଳୀକୁ ଚେତାବନୀ ଦେଇଛନ୍ତି କୋର୍ଟ । ଭାରତୀୟ ମେଡିକାଲ ଆସୋସିଏଶନ ପତଞ୍ଜଳୀ ବିଜ୍ଞାପନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଥିଲେ । ଯାହା ଉପେରେ କୋର୍ଟ ଶୁଣାଣୀ କରିଛନ୍ତି ।