ମଝି ସମୁଦ୍ରରେ ଜାହାଜ ହାଇଜାକ୍ । ‘ୟେମେନ ହୁତି’ର ଭିଡିଓ ଜାରି

166

କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଗ୍ୟାଲେକ୍ସି ଲିଡର । ହଠାତ ଏହା ଜାହଜ ଉପରେ ଉଡିବୁଲୁଛି ଏକ ହେଲିକପ୍ଟର । ଯେଉଁଥିରେ ମୁଖାପିନ୍ଧା ଭିତରେ ମିଲିଟାଂଟ ଗ୍ରୁପର କିଛି ସଦସ୍ୟଙ୍କୁ ଦେଖିବାକୁ ମିଳୁଛି । ଜାହଜ ଉପରେ ହେଲିକପ୍ଟର ଓହ୍ଲାଇବା ସହ ଜଣଙ୍କ ପରେ ଜଣେ ମିଲିଟାଂଟଙ୍କୁ ଦେଖିବାକୁ ମିଳୁଛି । ଆଖିବୁଜା ଗୁଳିମାଡ କରିବା ସହ ଜାହାଜରେ ଥିବା ଯାତ୍ରୀଙ୍କୁ ଧମମ ଚମକ ଦେଉଛନ୍ତି । ଜାହାଜର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ କବଜା ମଧ୍ୟ କରିସାରିଛନ୍ତି । ଏମାନେ ହେଲେ ହୁତି ମିଲିଟାଂଟ ଗ୍ରୁପ । ଅସ୍ତ୍ରଶସ୍ତ୍ର ସଜ୍ଜିତ ଆତଙ୍କୀ ଜାହଜକୁ ବାହାର ଭିତରୁ ଉଭୟ ପଟୁ ଘେରି ରଖିଛନ୍ତି । ସୂଚନା ଅନୁସାରେ ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛି ୟେମେନ ହୁତି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଫୁଟେଜ ୟେମେନ ହୁତି ପକ୍ଷରୁ ସେୟାର କରାଯାଇଛି ।

ଭିଡିଓ ଜାରି କରି ୟେମନ ହୁତି ଧମକ ଦେଇଛି । ହୁତି କହିଛି ଯେଉଁପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବନି ସେପର୍ଯ୍ୟନ୍ତ ଏପରି ହାଇଜାକ କରାଯିବ । ସୂଚନା ଅନୁସାରେ ଏହି ମାଲବାହୀ ଜାହାଜ ମାଲିକାନାର କିଛି ଅଂଶ ଜଣେ ଇସ୍ରାଏଲ ବ୍ୟବସାୟୀଙ୍କ ଅଛି । ତେଣୁ ୟେମେନ ହୁତି ମିଲିଟାରି ଗ୍ରୁପ ଏହାକୁ ହାଇଜକ କରିଥିବା ଦାବି କରିଛନ୍ତି । ଜାହାଜରେ ୨୫ ଜଣିଆ କ୍ର୍ୟୁ ସଦସ୍ୟ ରହିଛନ୍ତି ।

ଇସ୍ରାଏଲ କହିଛି, ଏହି ଜାହାଜ ଜଣେ ବ୍ରିଟିଷ୍ଟ ବ୍ୟବସାୟୀଙ୍କର । ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛି ଇସ୍ରାଇଲ । ଏହା ପଛରେ ଇରାନର ହାତ ଥିବା ଅଭିଯୋଗ ଆଣିଛି । ତେହେରାନର ସହଯୋଗୀ ସଂଗଠନ ହେଉଛି ହୁତି ମିଲିଟାଂଟ । ଗାଜାପଟିରେ ଲଢ଼ୁଥିବା ହମାସ ଆତଙ୍କୀଙ୍କୁ ସମର୍ଥନ ଜଣାଇବା ସହ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନରେ ଆକ୍ରମଣ କରୁଛନ୍ତି ।