ରାଜ୍ୟରେ ବଢୁଛି ସଂକ୍ରମଣ । ୟେଲୋ ଜୋନରେ ଖୋର୍ଦ୍ଧା

174

କନକ ବ୍ୟୁରୋ : ରାଜ୍ୟରେ ଏବେ ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୪ଦିନ ହେଲା ୫୦ ତଳକୁ ଖସୁନି । ସବୁଠାରୁ ବଡ କଥା ହେଉଛି, ମୋଟ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧାରେ ଅଧାରୁ ଅଧିକ ରହିଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୭ରେ ପହଞ୍ଚି ଥିବାବେଳେ ଏଥିରୁ ଖୋର୍ଦ୍ଧା ଜିଲ୍ଲାରେ ୧୯୭ ଜଣ ଅଛନ୍ତି ।

ସେହିିପରି ଟେଷ୍ଟ ପଜିଟିଭିଟି ରେଟ୍ ଦୃଷ୍ଟିରେ ୟେଲୋ ଜୋନରେ ପ୍ରବେଶ କରିଛି ଖୋର୍ଦ୍ଧା । ଟିପିଆର ୫ଦଶମିକ ୧୫%ରେ ପହଁଚିଛି । କଟକରେ ଟିପିଆର ୧.୦୬% ରହିଛି । ବିଶେଷ କରି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଚିନ୍ତାକୁ ବଢ଼ାଇ ଦେଇଛି । ତେବେ ହଠାତ କାହିଁକି ସଂକ୍ରମଣ ବଢ଼ିଲା କାରଣ ଖୋଜୁଛି ପ୍ରଶାସନ । ଅନ୍ୟପଟେ ରାଜ୍ୟର ୭ଜିଲ୍ଲାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି ।

ଅପରପକ୍ଷେ ରାଜ୍ୟର ୭ଟି ଜିଲ୍ଲାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ସୁବର୍ଣ୍ଣପୁରରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି । ଦକ୍ଷିଣ ଓଡ଼ିଶାର କେବଳ ରାୟଗଡ଼ାରେ ଜଣେ, କୋରାପୁଟରେ ୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।