ଚୀନକୁ ଘାରିଲାଣି କରୋନା ଭୟ । ସାଂଘାଇ ସମେତ ୫ ସହରରେ ଲକଡାଉନ ଲାଗୁ

305

କନକ ବ୍ୟୁରୋ: ଚୀନରେ ପୁଣି କରୋନା କାଳ । ସୋମବାର ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତାରେ ଚୀନ । ଦିନକରେ ଦେଶରେ ୨୩ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ଯଦି ଏଭଳି ବେଗରେ ଚୀନରେ ସଂକ୍ରମଣ ବୃଦ୍ଧି ପାଇବେ ତେବେ ଆଗକୁ ସ୍ଥିତି ସଂଗୀନ ହୋଇପାରେ ।

ଚୀନକୁ ପୁଣି ଫେରିଲା ଲକଡାଉନ । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଲକଡାଉନ ଜାରି କରିଛି ଚୀନ । ୧ କୋଟି ୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ସେନଜେନରେ କଟକଣା କଠୋର କରାଯାଇଛି । ଲୋକଙ୍କୁ ଘରୁ ନ ବାହାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେପେଟ ଅନେକ ଘର ସମେତ କାର୍ଯ୍ୟାଳୟ ଗୁଡିକୁ ସିଲ କରିଦିଆଯାଇଥିବା ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୋଟିଏ ପରେ ଗୋଟିଏ ସହରରେ ତାଲାବନ୍ଦ କରାଯାଉଛି । ଶନିବାର ଚାଙ୍ଗଚୁଙ୍ଗ ସହରରେ କଠୋର କଟକଣା ଲଗାଇଛି ସ୍ଥାନୀୟ ପ୍ରଶାସନ ଓ ସୋମବାର ସେନଜେନ ସହରରେ ମଧ୍ୟ ଲକଡାଉନ ଲାଗୁ କରାଯାଇଛି । ଏହି କଡ଼ା ନିଷ୍ପତ୍ତି ପରେ ଚୀନର ୧ କୋଟି ୭୦ ଲକ୍ଷ ଲୋକେ ଘରେ ବନ୍ଦି ହୋଇ ରହିଛନ୍ତି ।

୫ଟି ସହରରେ ଲାଗିଲା କଡ଼ା ପ୍ରତିବନ୍ଧକ

ଚୀନର ପ୍ରମୁଖ ସହର ସାଙ୍ଘାଇରେ ଅନେକ ଘର ସମେତ ଅଫିସ ଗୁଡିକୁ ସିଲ କରିଦିଆଯାଇଛି । ସେପଟେ ଇଲଟ୍ରୋନିକ ହବ ରୁପେ ଜଣାସୁଣା ସେନଜେନ ସହରରେ କଠୋର କଟକଣା ଲଗାଇଛି ଚୀନ । ବର୍ତମାନ କୋଭିଡ କଟକଣା ଫଳରେ ସମସ୍ତ କାରବାର ମଧ୍ୟ ଠପ ହୋଇ ପଡିଥିବା ଜଣାପଡିଛି । ବର୍ତମାନ ପର୍ଯ୍ୟନ୍ତ ୫ଟି ବଡ ସହରରେ ଲକଡାଉନ ଘୋଷଣା କରିସାରିଛି ଚୀନ । ସ୍କୁଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ କଟକଣା ଲାଗୁ ହୋଇଛି । ସାଂଘାଇରେ ସ୍କୁଲ, ରେଷ୍ଟୁରାଣ୍ଟ, ଦୋକାନ ଓ ମଲରେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଘର ନାବାହାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଚୀନକୁ କରୋନାର ଉତ୍ପତିସ୍ଥଳ କୁହାଯାଏ । ୨୦୧୯ ମସିହାରେ ଏଠାରୁ ଆରମ୍ଭ ହୋଇଥିବା ଘାତକ ମହାମାରୀ ସାରା ଦେଶରେ ବ୍ୟାପିବା ସହ ବଡ ସଙ୍କଟ ସୃଷ୍ଟି କରିଥିଲା । ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ଯୋଗୁଁ ଅଧିକାଂଶ ଦେଶ କଟକଣା ଉଠାଇଛନ୍ତି । ତେବେ ଚୀନରେ ପୁଣି ସଂକ୍ରମଣ ବୃଦ୍ଧି ମନ ଭିତରେ ଭୟ ସଂଚାର କଲାଣି