ଅଧାରେ ଅଟକିଲା ରୁଷ-ୟୁକ୍ରେନ୍ ଆଲୋଚନା । ଅସ୍ତ୍ରବିରତି ପାଇଁ ଦାବି କଲେ ଜେଲେନସ୍କିଙ୍କ ପ୍ରତିନିଧି, କହିଲେ ପୁଟିନଙ୍କ ସହ ହେଉ ସିଧାସଳଖ କଥାବାର୍ତ୍ତା ।

173

କନକ ବ୍ୟୁରୋ : ଅଧାରେ ଅଟକିଲା ରୁଷ-ୟୁକ୍ରେନ ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଆସନ୍ତାକାଲି ପୁଣିଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏହି ଆଲୋଚନା ବେଳେ ୟୁକ୍ରେନ ଦାବି କରିଥିଲା ତୁରନ୍ତ ଅସ୍ତ୍ରବିରତି ହେଉ ଏବଂ ସିଧା ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବାକୁ ୟୁକ୍ରେନ ଚାହୁଁଛି ବୋଲି ଜୋଲେନସ୍କିଙ୍କ ପ୍ରତିନିଧି କହିଥିଲେ ।

ଅନ୍ୟପଟେ ଆସନ୍ତାକାଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ସଂସଦକୁ ଉଦବୋଧନ କରିବେ ବୋଲି ଜଣାପଡିିଛି । ଭିଡିଓ କନଫରେନସିଂ ଜରିଆରେ ଆମେରିକାର ଉଭୟ ସଂସଦରେ ନିଜର ବାର୍ତା ଦେବେ ବୋଲି ଆମେରିକାର ଡେମୋକ୍ରାଟିକ ନେତା କହିଛନ୍ତି । ରୁଷର ଆକ୍ରମଣକୁ ନେଇ ଜାତିସଂଘ ମାନବାଧିକାର ଅଫିସ ଜବାବ ରଖି କହିଛି ମାର୍ଚ୍ଚ ୧୩ ସୁଦ୍ଧା ୟୁକ୍ରେନର ୬୩୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ୪୬ ଜଣ ଛୋଟ ଛୁଆ ରହିଛନ୍ତି । ଏହି ସଂଖ୍ୟା କିନ୍ତୁ ଆହୁରି ଅଧିକ ହୋଇପାରେ ବୋଲି ଜାତିସଂଘର ମାନବାଧିକାର କହିଛି । କାରଣ ଖାରକିଭ୍ ଏବଂ ମାରିଓପୋଲର ମୃତ୍ୟୁ ସଂଖ୍ୟା ଜଣାପଡିନି ।