ଏବେ ଆଉ ଗରମକୁ ଡରିବାକୁ ପଡିବ ନାହିଁ , ଖୁବ୍ ଶୀଘ୍ର ବଜାରକୁ ଆସିବ ଏସି ଟି-ସାର୍ଟ , ପ୍ରଚଣ୍ଡ ଗରମରୁ ଶରୀରକୁ ରଖିବ ଥଣ୍ଡା ।

392

ଗରମରୁ ତ୍ରାହି ଦେବାପାଇଁ ଏସି ଏବଂ କୁଲର୍ ପରେ ଏବେ ବୈଜ୍ଞାନିକଙ୍କ ଦ୍ୱାରା କୁଲ୍ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଭାଇସ୍ ଟି-ସାର୍ଟରେ ଲଗାଇବା ପରେ ପ୍ରଚଣ୍ଡ ଗରମରେ ମଧ୍ୟ ଏହା ଦେହକୁ ଥଣ୍ଡା ରଖିବ । ଏହାକୁ ମିନି ଏସି ବୋଲି ମଧ୍ୟ କୁହାଯାଉଛି । ଏହି ମିନି ଏୟାର୍ କଣ୍ଡିସନର୍ ଲିଥିୟମ୍ ବ୍ୟାଟେରୀରେ କାମ କରିଥାଏ । ସ୍ମାର୍ଟଫୋନ୍ ଭଳି ଦେଖାଯାଉଥିବା ଏହି ଡିଭାଇସ୍ କୁ ଟି-ସାର୍ଟରେ ଲଗାଇବାକୁ ପଡିଥାଏ । ସାର୍ଟର ପଛପଟେ ଅର୍ଥାତ୍ ବେକର ପଛଭାଗରେ ଏହାକୁ ଲଗାଯାଏ । ଏହାପରେ ଆପଣଙ୍କୁ ଆଉ ଗରମ ଜଣାପଡିବ ନାହିଁ ।

କିଭଳି ଚାଲିବ ଏହି ମିନି ଏସି ?

ଏହି ଡିଭାଇସ୍ କୁ ବ୍ଲୁଟୁଥ୍ ଜରିଆରେ ସ୍ମାର୍ଟଫୋନ୍ ରେ କନେକ୍ଟ କରାଯାଏ । ଫୋନ୍ ରେ ଏକ ଆପ୍ ଜରିଆରେ ଆପଣ ଏହାକୁ ଅପରେଟ୍ କରିପାରିବେ । ଏହି ମିନି ଏସିର ଦାମ୍ ୮,୯୯୨ ରହିଛି । ପୁରୁଷଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଡିଭାଇଜ୍ ର ସାର୍ଟ ସାଇଜ୍ ଆପଣଙ୍କୁ ଆରାମ୍ ରେ ମିଳିଯିବ । ଏହି ଏସିର ବ୍ୟାଟେରୀ ୨ ଘଣ୍ଟାରେ ଚାର୍ଜ ହୋଇଯାଏ । ଏହି ଟେକ୍ନୋଲଜିକୁ ପ୍ରଥମେ କାର୍ ରେ ବ୍ୟବହାର କରାଯାଇଛି ।