ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ବିଜୁଳି ବିଲ ପରେ ଏବେ ବକେୟା ପାଣି ବିଲ ଛାଡ କରିବାକୁ ଘୋଷଣା କଲେ ଅରବିନ୍ଦ କେଜରିୱାଲ

254

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ପୁଣି ଦିଲ୍ଲୀ ବାସିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପାଣିର ବକେୟା ବିଲ ଛାଡ କରିବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ । ତେବେ ଏହି ଯୋଜନା କେବଳ ସେହିମାନଙ୍କୁ ମିଳିବ, ଯେଉଁମାନଙ୍କ ଘରେ ଫଙ୍କସନାଲ ମିଟର ଅଛି । ଯେଉଁ ଉପଭୋକ୍ତାମାନେ ୩୦ ନଭେମ୍ବର ପୂର୍ବରୁ ମିଟର ଲଗାଇଛନ୍ତି ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ।

ଦିଲ୍ଲୀରେ ଇ,ଏଫ ଜି, ଏଚ କ୍ୟାଟାଗୋରୀ ଲୋକଙ୍କୁ ଶହେ ପ୍ରତିଶତ ବିଲ ମାର୍ଚ୍ଚ ୩୧ ତାରିଖ ଭିତରେ ଛାଡ କରିଦିଆଯିବ । ଏହି କ୍ୟାଟୋଗୋରୀରେ ୧୦ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ଏ-ବି କ୍ୟାଟାଗୋରୀର ଲୋକଙ୍କ ପାଇଁ ୨୫ ପ୍ରତିଶତ ବିଲ ଛାଡ ହେବ । ସେହିପରି ସି କ୍ୟାଟାଗୋରୀର ଲୋକଙ୍କୁ ୫୦ ପ୍ରତିଶତ ବିଲ ଛାଡ କରାଯିବାର ସୁବିଧା ମିଳିବ । ଏହି ଯୋଜନାରେ ସରକାରଙ୍କ ରାଜକୋଷକୁ ୬ଶହ କୋଟି ଟଙ୍କା ଆସିବ । ଏହାଦ୍ୱାରା ଦିଲ୍ଲୀ ଆର୍ଥିକ ସ୍ଥିତି ସୁଧୁରିବ ବୋଲି ଏକେ କହିଛନ୍ତି ।