ଦୁର୍ଘଟଣା ପଛରେ ଷଡଯନ୍ତ୍ର ଗନ୍ଧ । ଲୁପ ଲାଇନ ଖୋଲା ଥାଇ କେମିତି ଗଲା ଗ୍ରୀନ୍ ସିଗନାଲ ।

3,131

କନକ ବ୍ୟୁରୋ : ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ପରେ ଦୁର୍ଘଟଣା ପଛରେ ଷଡଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି । କାରଣ ଗତକାଲି ସକାଳେ ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣହ କହିଥିଲେ ଇଲେକ୍ଟ୍ରୋନିକ୍ ଇଂଟରଲକିଂ ବ୍ୟବସ୍ଥା ଫେଲ ମାରିବାରୁ ଦୁର୍ଘଟଣା ଘଟିଛି । ଯେଉଁମାନେ ଦୋଷୀ ସେମାନେ ଧରାପଡିଛନ୍ତି । ହେଲେ ସନ୍ଧ୍ୟାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା କୁହାଯାଉଛି । ଶୁକ୍ରବାର ସନ୍ଧ୍ୟାେ କରମଣ୍ଡଳ ଏକ୍ସପ୍ରେସ୍ ତିନିଟି ଟ୍ରେନକୁ ଧକ୍କା ଦେଇଥିଲା ।

୧ ନମ୍ବର ପ୍ଲାଟଫର୍ମରେ ଧାମରା ଯିବାକୁ ଥିବା ମାଲବାହାୀ ଟ୍ରେନ୍, ୩ ନମ୍ବର ପ୍ଲାଟଫର୍ମରେ ଆସୁଥିବା ବେଙ୍ଗାଲୁର-ହାଉଡା ଏକ୍ସପ୍ରେସ୍ ଏବଂ ୪ନମ୍ବର ପ୍ଲାଟଫର୍ମରେ ଖଡ଼ଗପୁର ଅଭିମୁଖେ ଯିବାକୁ ଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ନିୟମ ଅନୁଯାୟୀ ଲୁପ ଲାଇନ ଖୋଲା ଥିଲେ ରେଡ ଅବା ୟୋଲୋ ସିଗନାଲ ସହ ଲୁନାର ଲାଇଟ୍ ଜଳିଥାନ୍ତା । ଫଳରେ ଟ୍ରେନର ଗତି କମାଇ ନିୟନ୍ତ୍ରଣ ଭିତରେ ଅନ୍ୟ ଟ୍ରାକକୁ ଯାଇଥାନ୍ତା । ଲୁପ ଲାଇନଯେ ଟ୍ରେନ ଯିବାର ଥିଲେ ଘଂଟା ପ୍ରତି ୩୦ କିଲୋକିମିଟର ବେଗରେ ଯାଇଥାନ୍ତା । କିନ୍ତୁ ଏହା ୧୩୦ କିଲୋମିଟର ବେଗରେ ଯାଇଥିଲେ । ଆଉ ଧାମରା ଆସିଥିବାକୁ ଥିଲା ଲୁହାପଥର ବୋଝେଇ ଟ୍ରେନକୁ ଧକ୍କା ଦେଇଥିଲା । ଏପଟେ ଜେରା ପରେ ବାହାନଗା ଷ୍ଟେସନ୍ ମାଷ୍ଟରଙ୍କୁ ଖୋର୍ଦ୍ଧା ଅଣାଯାଇଛି ।