କର୍ଣ୍ଣାଟକରେ ନିର୍ବାଚନୀ ଇସ୍ତାହାର : ବିଜେପି ଓ କଂଗ୍ରେସର ମାଗଣା ପ୍ରତିଶ୍ରୁତି

204

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ସେତିକି ସରଗରମ ହେଉଛି ନିର୍ବାଚନୀ ମାହୋଲ । ବାକ୍ୟୁଦ୍ଧରେ ଭୋଟ୍ ସାଉଁଟିବାକୁ ଯୋଜନା ଚଳାଇଥିବା ରାଜନୈତିକ ଦଳ ଏବେ ଲୋକଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ ଛିଡା କରି ଭୋଟ୍ ହାତେଇବାକୁ ଉଦ୍ୟମ କରୁଛନ୍ତି । ନିର୍ବାଚନ ଇସ୍ତାହାର ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି । ଗତକାଲି ବିଜେପି ନିର୍ବାଚନୀ ଇସ୍ତାହରରେ ମାଗଣା ପ୍ରତିଶ୍ରୁତି ବର୍ଷା କରିଥିଲା କଂଗ୍ରେସ । ଆଜି କଂଗ୍ରେସ ମଧ୍ୟ ତାର ନିର୍ବାଚନୀ ଇସ୍ତାହାରରେ ଅନେକ ମାଗଣା ପ୍ରତିଶ୍ରୁତି ଦେଇଛି ।

ବିଜେପିର ମାଗଣା ପ୍ରତିଶ୍ରୁତି

– ପ୍ରତି ପରିବାରକୁ ବର୍ଷକୁ ୩ଟି ଗ୍ୟାସ୍ ସିଲିଣ୍ଡର ମାଗଣା
– ଉଗାଡି, ଦୀପାବଳି ଓ ଗଣେଶ ପୂଜାରେ ମିଳିବ ସିଲିଣ୍ଡର
– ବିପିଏଲ ପରିବାରକୁ ପ୍ରତିଦିନ ମିଳିବ ଅଧା ଲିଟର କ୍ଷୀର
– ଚାଷୀଙ୍କ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଋଣରେ ସୁଧ ଲାଗିବନି
– ଚାଷୀଙ୍କୁ ବିହନ ପାଇଁ ପ୍ରତିବର୍ଷ ଦଶ ହଜାର ମିଳିବ
– ପ୍ରତିମାସରେ ମାଗଣା ୫କିଲୋ ଚାଉଳ ଓ ଗହମ ଦିଆଯିବ
– ପ୍ରତି ୱାର୍ଡରେ ଖୋଲିବ ଅଟଳ ଆହାର କେନ୍ଦ୍ର

କଂଗ୍ରେସର ମାଗଣା ପ୍ରତିଶ୍ରୁତି

– ସବୁ ଘରକୁ ୨ ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
– ପରିବାରର ମହିଳା ମୁଖ୍ୟଙ୍କୁ ମିଳିବ ୨ ହଜାର ଟଙ୍କା
– ବିପିଏଲ୍ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସକୁ ୧୦ କିଲୋ ଚାଉଳ
– ବେରୋଜଗାର ସ୍ନାତକଙ୍କୁ ୨ ବର୍ଷ ଯାଏଁ ମାସକୁ ୩ ହଜାର ଟଙ୍କା
– ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସକୁ ଦେଢ ହଜାର ଟଙ୍କା
– ରାତିରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ୫ ହଜାର ଟଙ୍କାର ଭତ୍ତା
– ମତ୍ସ୍ୟଜୀବୀଙ୍କୁ ବର୍ଷକୁ ୫ ଶହ ଲିଟର ଟ୍ୟାକ୍ସ ଫ୍ରି ଡିଜେଲ
– କ୍ଷୀର ସବସିଡି ୫ ଟଙ୍କାରୁ ବୃଦ୍ଧି କରି ୭ ଟଙ୍କା କରାଯିବ