ମଜବୁତ ହେଉଛି ପ୍ରଶାନ୍ତ କିଶୋରଙ୍କ ଅଭିଯାନ, ଦଳରେ ଯୋଡି ହେଲେ ୬ଜଣ ପୂର୍ବତନ ଆଇଏଏସ୍

7,337

କନକ ବ୍ୟୁରୋ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଜନ ସ୍ୱରାଜ ଅଭିଯାନ କ୍ରମରେ ବିହାରର ଗାଁ କୁ ଗାଁ ବୋଲି ପ୍ରଚାର କରୁଛନ୍ତି । ୨୦୨୨ ଅକ୍ଟୋବର ଦୁଇ ତାରିଖରୁ ଲଗାତର ଭାବେ ପ୍ରଶାନ୍ତ କିଶୋର ପଦଯାତ୍ରା ଜାରି ରଖିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଏହି ଅଭିଯାନରେ ସବୁ ବର୍ଗର ଲୋକ ଯୋଡି ହେଉଥିବା ଦେଖିବାକୁ ମିଳିଛି । ପ୍ରଶାନ୍ତ କିଶୋର କହିଛନ୍ତି କି, ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲୁ ରହିବ ଓ ଏଥିରେ ଭିନ୍ନ ଭିନ୍ନ ବର୍ଗର ଲୋକେ ଯୋଡି ହେବେ । ପ୍ରଶାନ୍ତ କିଶୋରଙ୍କ ଏଭଳି ଦାବିର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି । ପ୍ରଥମରୁ ଅନେକ ଜନ ପ୍ରତିନିଧୀ ଓ ବିଧାନ ପରିଷଦ ସଦସ୍ୟ ଏହି ଜନ ସ୍ୱରାଜ ଅଭିଯାନରେ ଯୋଡି ହୋଇଥିବା ବେଳେ ଆଜି (ମଙ୍ଗଳବାର) ୬ଜଣ ଅବସରପ୍ରାପ୍ତ ଆଇଏଏସ୍ ଏହି ଅଭିଯାନରେ ଯୋଡି ହୋଇଛନ୍ତି ।

ପାଟଳୀପୁତ୍ର ଠାରେ ଥିବା ଜନ ସ୍ୱରାଜ କାର୍ଯ୍ୟାଳୟରେ ଏମାନେ ପ୍ରଶାନ୍ତ କିଶୋରଙ୍କ ଉପସ୍ଥିତିରେ ଅଭିଯାନରେ ଯୋଡି ହୋଇଛନ୍ତି । କୁହାଯାଉଛି କି ଯେଉଁ ଅବସରପ୍ରାପ୍ତ ଅଧିକାରୀମାନେ ପ୍ରଶାନ୍ତ କିଶୋରଙ୍କ ଅଭିଯାନରେ ଯୋଡି ହୋଇଛନ୍ତି, ସେମାନେ ତାଙ୍କ କାର୍ଯ୍ୟକାଳରେ ଜନସେବା ସିନା କରିଛନ୍ତି । ହେଲେ ରାଜନୈତିକ ଦଳମାନଙ୍କ ଚାପରେ ବହୁତ କିଛି କରିପାରି ନାହାଁନ୍ତି । ଏବେ ସେମାନଙ୍କର ସ୍ୱପ୍ନ ରହିଛି କି ପ୍ରଶାନ୍ତ କିଶୋରଙ୍କ ସହ ଯୋଡି ହୋଇ ଜନସେବା କରିବେ ।

ଆଜି ପ୍ରଶାନ୍ତ କିଶୋରଙ୍କ ଜନ ସ୍ୱରାଜ ଅଭିଯାନରେ ଯୋଡି ହୋଇଥିବା ଅବସରପ୍ରାପ୍ତ ଆଇଏଏସ୍ ମାନେ ହେଉଛନ୍ତି ଅରବିନ୍ଦ କୁମାର ସିଂ, ଲଲନ ସିଂ ଯାଦବ, ତୁଲସୀ ହଜରା, ସୁରେଶ ବର୍ମା, ଗୋପାଲ ନାରାୟଣ ସିଂ,