୫ଶହ ଟଙ୍କାରେ ମିଳିବ ସିଲିଣ୍ଡର, ମହିଳା ପାଇବେ ମାଗଣା ବସ ସେବା । ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ରାଶି

871

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପତ୍ର ଜାରି । ଶାସନକୁ ଆସିଲେ ୫୦୦ଟଙ୍କାରେ ସିଲିଣ୍ଡର ଯୋଗାଇବା ସହ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ସ୍କୁଲ କଲେଜ ଛାତ୍ରୀ ମାନଙ୍କୁ ମାଗଣାରେ ସ୍କୁଟି ଦେବାକୁ ଘୋଷଣା କରାଯାଇଛି । ସେହିପରି ମହିଳାଙ୍କୁ ମାଗଣାରେ ବସ ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ ପ୍ରତ୍ୟେକ ଦିନ ପ୍ରଜା ଦରବାର ଏବଂ ଇନ୍ଦିରାମ୍ମା ଯୋଜନାରେ ଝିଅ ମାନଙ୍କୁ ବିବାହ ସମୟରେ ସହାୟତା ଯୋଗାଇଦେବାକୁ ନିଜ ଇସ୍ତାହାର ପତ୍ରରେ ଘୋଷଣା କରିଛି ଦଳ । ତେଲେଙ୍ଗାନା ଆନ୍ଦୋଳନର ସହିଦଙ୍କ ପରିବାରକୁ ପେନସନ ଦେବା ସହିତ କୃଷକ ମାନଙ୍କୁ ୨୦ଲକ୍ଷ ଯାଏ ବିନା ସୁଧରେ କୃଷିଋଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଜାରି କରିଛି କଂଗ୍ରେସ । ସେପଟେ ଆଜି ତେଲେଙ୍ଗାନରେ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।