ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ ଚିନ୍ତାଜନକ

325

କନକ ବ୍ୟୁରୋ : ଡିପଫେକ ଭିଡିଓକୁ ନେଇ ଆଜିକାଲି ବେଶ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି, ସେପଟେ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି । ଏହା ଉପରେ ଏବେ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତୀୟ ସମାଜ ପାଇଁ ଡିଫଫେକ ଏକ ବଡ ବିପଦ ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ ବୋଲି ମୋଦୀ କହିଛନ୍ତି । ଏଥିସହ ସେ କହିଛନ୍ତି ଆଟିଫିସିଆଲ ଇଂଟେଲିଜେନ୍ସର ଅପବ୍ୟହାରକୁ ନେଇ ଉଭୟ ନାଗରିକ ଓ ସାମାଜିକ ଗଣମାଧ୍ୟମ ଅତ୍ୟନ୍ତ ସଜାଗ ରହିବା ଆବଶ୍ୟକ । । ତେବେ ଇଂଟରନେଟରେ ଏଭଳି ଭିଡିଓ ପ୍ରସାରିତ ହେବାବେଳେ ଚାଟପିଟ ଟିମକୁ ୟୁଜରମାନଙ୍କୁ ଏ ସର୍ମ୍ପକିତ ଦିଗ ଉପରେ ସର୍ତକ କରାଇବା ଜରୁରୀ ବୋଲି କହିଛନ୍ତି ।