ମୋଦୀ ଗ୍ୟାରେଂଟିକୁ ଟକ୍କର ଦେବ କଂଗ୍ରେସ ଗ୍ୟାରେଟିଂ । ନିର୍ବାଚନୀ ଇସ୍ତାହାରରେ ୫ ବର୍ଗଙ୍କ ପାଇଁ ୨୫ ଗ୍ୟାରେଟିଂ ଦେବ ଦଳ

387

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ କେଉଁ ମୁଦ୍ଦାକୁ ଆଧାର କରି ଦଳ ନିର୍ବାଚନ ଲଢିବ ସେନେଇ କଂଗ୍ରେସ ଚୁଡାନ୍ତ ନିଷ୍ପତି ନେଇଛି । ଦଳ ୫ ବର୍ଗଙ୍କ ପାଇଁ ୨୫ ଟି ଗ୍ୟାରେଂଟି ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ, ଯୁବ, ମହିଳା, ଶ୍ରମିକ, କୃଷକ ଏବଂ ସଂଖ୍ୟାଲଘୁଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇଛି । ୩୦ ଲକ୍ଷ ସରକାରୀ ଚାକିରୀ ସହ ପ୍ରତ୍ୟେକ ଗରିବ ପରିବାରକୁ ଏକ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ଗ୍ୟାରେଟିଂ ଦେବ ବୋଲି ସୂଚନା ମଳିଛି । ବିଶେଷ କରି ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିଶୁତିକୁ ନେଇ ଦଳ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଥିବା କୁହାଯାଉଛି । ମହିଳାଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ବିଜେପିର ମୋଦୀ ଗ୍ୟାରେଂଟି ଅଭିଯାନକୁ ଟକ୍କର ଦେବାକୁ କଂଗ୍ରେସ ୨୫ ଗ୍ୟାରେଂଟି ଦେଇଛି । ଏନେଇ କଂଗ୍ରେସର କୋର କମିଟି ବୈଠକରେ ଚୁଡାନ୍ତ ହୋଇଥିବା ବେଳେ କେବଳ ଘୋଷଣାକୁ ଅପେକ୍ଷା ରହିଛି ।