ପୁଣି ଡାକ୍ତର ଭୂମିକାରେ କଂଗ୍ରେସର ପୂୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ପରାଜୟ ପରେ ପୂର୍ବ ପେଶାକୁ ଫେରିଲେ ଭେଟେରାନ ନେତା : କହିଲେ, ଜାରି ରହିବ ଲୋକ ସେବା

591

କନକ ବ୍ୟୁରୋ : ପୁଣି ଡାକ୍ତର ଭୂମିକାରେ କଂଗ୍ରେସର ପୂୂର୍ବତନ ବିଧାୟକ । କଂଗ୍ରେସର ହେଭିୱେଟ୍ ନେତା ତଥା ତିନି ତିନିଥରର ବିଧାୟକ ପ୍ରଫୁଲ ମାଝୀଙ୍କ ନୂଆ ଲୁକ । ଚଳିତ ନିର୍ବାଚନରେ ପରାଜିତ ହୋଇଥିବା ପ୍ରଫୁଲ୍ଲ ମାଝି ଏବେ ବି ଲୋକଙ୍କ ସେବାରେ ଲାଗିଛନ୍ତି  । ସେହି ସମାନ ସ୍ଥାନ ତଳସରା, ଖାଲି ବଦଳି ଯାଇଛି ପଦବୀ । ବିଧାୟକରୁ ଡାକ୍ତର । ଲୋକଙ୍କ ସେବା କରିବା ପାଇଁ ପୁଣି ନିଜ ପେଶାକୁ ଆପଣାଇଛନ୍ତି ଡାକ୍ତର ପ୍ରଫୁଲ ମାଝୀ ।

ଡାକ୍ତରରୁ ବିଧାୟକ

ପୁଣି ବିଧାୟକରୁ ଡାକ୍ତର

ପେଶାକୁ ଫେରିଲେ ପୂର୍ବତନ ବିଧାୟକ

ପୁଣି ଡାକ୍ତର ଭୂମିକାରେ ନଜର ଆସିଛନ୍ତି କଂଗ୍ରେସର ପୂୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ଚଳିତବର୍ଷ ସାଧାରଣ ନିର୍ବାଚନରେ ତଳସରା ଆସନରୁ ପରାଜୟ ପରେ ପୁଣି ପୂର୍ବ ପେଶାକୁ ଫେରିଛନ୍ତି ପ୍ରଫୁଲ । ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲପାଳ ଖଣିଜ ପ୍ରତିଷ୍ଠାନ ପାଣ୍ଠି ( ଡିଏମଏଫ୍) ପକ୍ଷରୁ ନିଯୁକ୍ତ କରିଥିବା ଚୁକ୍ତି ଭିତିକ ଡାକ୍ତରଙ୍କ ଭିତରେ ରହିଛନ୍ତି ପ୍ରଫୁଲ୍ଲ ମାଝୀ । ନିଯୁକ୍ତି ପାଇବା ପରେ ତଳସରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଭାବରେ ଯୋଗଦାନ କରିବା ସହ ରୋଗୀ ସେବା କରୁଛନ୍ତି କଂଗ୍ରେସର ହେଭିୱେଟ୍ ନେତା ତଥା ଡାକ୍ତର ପ୍ରଫୁଲ୍ଲ ମାଝୀ ।

ଡାକ୍ତର ପ୍ରଫୁଲ ମାଝୀ । କେବଳ ସୁନ୍ଦରଗଡ ଜିଲ୍ଲା ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ ନାଁ । ତିନି ତିନି ଥରର ବିଧାୟକ ପ୍ରଫୁଲ୍ଲ ମାଝୀ ଡାକ୍ତରଖାନାରେ ନୂଆ ଦାୟିତ୍ୱ ନେବା ପରେ କହିଛନ୍ତି ଏହା ତାଙ୍କର ପେଶା । ବିଧାୟକ ଥିବା ବେଳେ ଲୋକ ସେବା କରୁଥିଲେ ଏବେ ବି ସେହି ସେବା ଜାରି ରହିବ । ତଳସରା ଜିଲ୍ଲାର ଏକ ଉପାନ୍ତ ,ଅପହଂଚ ଇଲାକା ହୋଇଥିବାରୁ କୋଣସି ଡାକ୍ତର ସେହି ସ୍ଥାନକୁ ଯିବା ପାଇଁ ରାଜି ହୁଅନ୍ତି ନାହିଁ  । ଦୀର୍ଘ ବର୍ଷ ହେଲେ ଏହି ଡାକ୍ତରଖାନାରେ ଖାଲି ପଡିଥିଲା ଡାକ୍ତର ପଦବୀ  । ତେଣୁ ନୂଆ ଡାକ୍ତରଙ୍କୁ ପାଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି ।