ଗାନ୍ଧୀ ଜୟନ୍ତୀ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଜାତିସଂଘ । ସଂଯୁକ୍ତ ରାଷ୍ଟ୍ର ମହାସଚିବ କଲେ ଟ୍ୱିଟ୍, କହିଲେ, ଅହିଂସା ଆନ୍ଦୋଳନ ବଦଳାଇ ଦେଇଥିଲା ଇତିହାସ

306

କନକ ବ୍ୟୁରୋ : ଗାନ୍ଧି ଜୟନ୍ତୀ ଅବସରରେ ବାପୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି ଜାତିସଂଘ । ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଂଟୋନିୟୋ ଗୁଟାରିସ ଏନେଇ ଟୁଇଟ କରିବା ସହ ଲେଖିଛନ୍ତି ମହାତ୍ମାଗାନ୍ଧି ଏପରି ଏକ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ ଯାହାକି ଇତିହାସ ବଦଳାଇଦେଲା । ମିଳିତ ଜାତିସଂଘରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶଗୁଡିକୁ ଆମେ ଆଗକୁ ବଢାଉଛୁ ବୋଲି ସେ ଟୁଇଟ କରିଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ବି ଟୁଇଟ କରାଯାଇଛି । ଏପରିକି ଏକ ଫଟୋ ବି ସେୟାର କରାଯାଇଛି ।

ବନ୍ଧୁକ ଆକାରର ଏହି ଫଟୋ ରହିଛି କିନ୍ତୁ ଏଥିରେ ନଳୀ ବନ୍ଦ ରହିଛି । ଯାହା ହିଂସା ନୁହେଁ ଅହିଂସାର ବାର୍ତା ଦେଇଛି । ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ୨୦୦୭ ଜୁନ୍ ୧୫ରେ ଜାତିସଂଘ ସାଧାରଣ ପରିଷଦରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅକ୍ଟୋବର ୨କୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଥିଲା । ସେହିଦିନଠାରୁ ଅକ୍ଟୋବର ୨କୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।