ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ବ୍ଲେଡରେ କାଟିଦେଲା ଯୁବକ

225

କନକ ବ୍ୟୁରୋ: ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ବ୍ଲେଡ୍ରେ କାଟିଦେଲା ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଜୟପୁର ସହରରୁ । ବିକ୍ରମଦେବ କଲେଜରେ ଯୁକ୍ତ ଦୁଇ ସାଇନ୍ସ ପଢୁଥିବା ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କି ବିଫଳ ହେବା ପରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ବ୍ଲେଡ୍ରେ ଆକ୍ରମଣ କରିଛନ୍ତି । ଛାତ୍ରୀଙ୍କ ଦୁଇ ହାତରେ ବ୍ଲେଡ୍ରେ ଆକ୍ରମଣ କରିବା ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ସାଙ୍ଗମାନେ ଜୟପୁର ମେଡିକାଲରେ ଭର୍ତି କରିଛନ୍ତି । ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଜୟପୁର ପୋଲିସ । ସେପଟେ ଆକ୍ରମଣ କରି ଫେରାର ଅଛି ଅଭିଯୁକ୍ତ ଯୁବକ ।