ସଂଧ୍ୟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ବଡ଼ ପ୍ରଶ୍ନ, ଓମିକ୍ରନ୍ ପାଇଁ ଜରୁରୀ କି କଟକଣା?

607

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତର ସମୀକ୍ଷା କରିବେ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତିର କରିବାର କାର୍ଯ୍ୟକ୍ରମ ରହିଛି । କରୋନା ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଏବେ ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ସହ ପୁରୀ, ବାଲେଶ୍ୱର ଓ ଝାରସୁଗୁଡ଼ାରେ ସଂକ୍ରମଣ ବଢିବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହେଲାଣି । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗକୁ ଆଉ କ’ଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

କରୋନା ଛଡାଇନେଇଛି ଅନେକଙ୍କ ଜୀବିକା । ପ୍ରଥମ ଓ ଦ୍ୱିତୀୟ ଲହରରେ କଟକଣା ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି । ଏବେ ଓମିକ୍ରନ ଭିତରେ ଅନେକ ସ୍ଥାନରେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଜାରି ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି, କରୋନା ପାଇଁ ଜୀବିକା ବିପଦରେ ପଡିଥିବାବେଳେ କଟକଣା ଜରୁରୀ କି ? ଦିଲ୍ଲୀ ମୁଖମନ୍ତ୍ରୀ ଗତକାଲି କହିସାରିଛନ୍ତି, ରାଜ୍ୟ ଲକଡାଉନ ଓ ସଟଡାଉନ ସପକ୍ଷରେ ନାହିଁ । ମାସ୍କ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଲକାଡାଉନ ଓ ସଟଡାଉନ ସପକ୍ଷରେ ନଥିବା କହିଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ବି ଓମିକ୍ରନ ପାଇଁ କଟକଣା ନ ଲଗାଇବା ସପକ୍ଷରେ ମତ ଦେଇଛନ୍ତି । ଏଭଳି ସମୟରେ ବ୍ୟବସାୟୀ ଓ ସାଧାରଣ ଜନତା ବି କଟକଣା ସପକ୍ଷରେ ନାହାନ୍ତି ।