ମହାରାଷ୍ଟ୍ର ବିଧାନସଭା ପରିସରରେ ସିନ୍ଧେ ଗୋଷ୍ଠୀ-ବିରୋଧୀ ବିଧାୟକ ମୁହାଁମୁହିଁ । ଜୋରଦାର ହେଲା ନାରାବାଜି, ହଟ୍ଟଗୋଳ । 

181

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ଲାଗି ରହିଛି । ଆଉ ଏହାରି ଭିତରେ ବୁଧବାର ମହାରାଷ୍ଟ୍ର ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକ ଓ ବିରୋଧୀ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ତେବେ ଦୁଇ ପକ୍ଷର ବିଧାୟକଙ୍କ ଭିତରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିବାବେଳେ, ନାରାବାଜି ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଉଦ୍ଧବ ଠାକରେ ଆଜି ବିଧାନସଭାରେ ପହଞ୍ଚିଥିଲେ । ଏହାପରେ ବିରୋଧୀ ଦଳର ବୈଠକ ବସିଥିଲା । ଏହି ବୈଠକରେ ଉଦ୍ଧବ ଠାକରେ ଦାବି କରିଥିଲେ ଯେ, ମହାବିକାଶ ଅଘାଡି ମେଣ୍ଟ ଏକଜୁଟ୍ ହୋଇ ରହିଛି । ତେବେ ମିଳିଥିବା ସୂଚନା ମୁତାବକ, ଯେତେବେଳେ ବର୍ତ୍ତମାନର ସରକାର ବିରୋଧରେ ବିରୋଧୀ ମାନେ ନାରାବାଜି କରୁଥିଲେ, ସେତେବେଳଏ ସିନ୍ଧେ ଗୋଷ୍ଠୀର ବିଧାୟକ ଦିଲ୍ଲୀପ ଲାଣ୍ଡେ ଓ ଏନସିପି ବିଧାୟକ ଅମୋଲ ମିଟକରୀ ମୁହାଁମୁହିଁ ହୋଇଥିଲେ । ଆଉ ଧିରେ ଧିରେ ସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଏବେ ଜାରି ରହିଛି । ଯାହାକି ଅଗଷ୍ଟ ୨୫ ତାରିଖରେ ଶେଷ ହେବ । ଏହି ସମୟରେ ଲଗାତାର ବିରୋଧୀମାନେ ସିନ୍ଧେ ସରକାର ଉପରେ ଟାର୍ଗେଟ କରି ଆସୁଛନ୍ତି । ନୂଆ ସରକାର ଅସମ୍ବିଧାନିକ ବୋଲି କହି ଆସୁଛନ୍ତି ବିରୋଧୀ ।