ଆଜି ଚିତାଲାଗି ଅମାବାସ୍ୟା : ଶ୍ରୀବିଗ୍ରହଙ୍କ ହେବ ରତ୍ନଚିତା ଲାଗି ବିଧି

204

କନକ ବ୍ୟୁରୋ : ଆଜି ଚିତାଲାଗି ଅମାବାସ୍ୟା । ଏହି ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି ସମ୍ପନ୍ନ ହେବ । ପତିମହାପାତ୍ର ସେବକ ରତ୍ନଚିତାଙ୍କୁ ସଂସ୍କାର କରିବା ପରେ ତିନି ବାଡର ବାଡଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଏହି ବିଶେଷ ନୀତି ସମ୍ପନ୍ନ କରାଯିବ । ପୁଷ୍ପାଳକ ସେବାୟତ ତିନିବାଡରେ ମଇଲମ କରିବେ ।

ଶ୍ରୀଦେବୀ ଓ ଭୁଦେବୀଙ୍କୁ ପୁଷ୍ପାଳକ ସେବାୟତମାନେ ରତ୍ନ ସିଂହାସନକୁ ହାତରେ ବିଜେ କରାଇଆଣି ଶେଯରେ ବିଜେ କରିବେ । ଶୁଦ୍ଧ ସୁଆରମାନେ ରତ୍ନ ସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡଗ୍ରାହୀମାନେ ଶୁଦ୍ଧସୁଆର ହୋଇଥିବା ଓଷ ଚିତାରେ ଲଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ । ଏହି ନୀତି ପାଇଁ ଆଜି ସାଧାରଣ ଦର୍ଶନ ଦିନ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୪ ଘଣ୍ଟା ବନ୍ଦ ରହିବ ।