ଆଉ ଏକ ଯୁଦ୍ଧ ଆଶଙ୍କା ! ତାଇୱାନ୍ ବିପକ୍ଷରେ ଚୀନର ୬ଟି ବଡ଼ ପଦକ୍ଷେପ

296

କନକ ବ୍ୟୁରୋ : ଆଉ ଏକ ଯୁଦ୍ଧ ଆଶଙ୍କା । ତାଇୱାନ ଉପରେ ଆକ୍ରମଣ କରିପାରେ ଚୀନ । ଏଭଳି ଏକ ସ୍ଥିତି ଦେଖାବାକୁ ମିଳିଛି । ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ କରି ଏଭଳି ଉତେଜନା ପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ତାଇୱାନକୁ ଚାରିପଟୁ ଘେରି ଯାଇଛି ଚୀନର ପିପୁଲ ଲିବରେସନ୍ ଆର୍ମି ।

୬ଟି ଦ୍ୱୀପରେ ୪ରୁ ୭ ଅଗଷ୍ଟ ମଧ୍ୟରେ କରିବ ସମରାଭ୍ୟାସ କରିବାକୁ ଯାଉଛି ପିଏଲଏ । ଆଉ ଏନେଇ ଚୀନର ଲଢୁଆ ବିମାନ ତାଇୱାନ ଆକାଶମାର୍ଗରେ ଘୁରି ବୁଲୁଛି । କେବଳ ସେତିକି ନୁହେଁ ମଙ୍ଗଳବାରଠାର ୨୧ ଥର ତାଇୱାନ ବାୟୁସୀମାରେ ପସିଲାଣି ଡ୍ରାଗନ୍ର ଲଢୁଆ ବିମାନ ।

ତାଇୱାନ୍ ବିପକ୍ଷରେ ଚୀନର ୬ଟି ବଡ଼ ପଦକ୍ଷେପ

୧. ସେନା ଡ୍ରିଲ୍
– ତାଇୱାନର ସାମୁଦ୍ରିକ ସୀମା ଭିତରକୁ ପଶିଲା ଚୀନ୍
– ତାଇୱାନ୍ ଷ୍ଟ୍ରେଟ୍ର ବିବାଦୀୟ ଅଂଚଳରେ ଯୁଦ୍ଧପୋତ ମୁତୟନ କରିଛି ଚୀନ୍

୨. ଯୁଦ୍ଧ ବିମାନ ମୁତୟନ ପ୍ରସ୍ତୁତି
– ତାଇୱାନର ଦକ୍ଷିଣ-ପଶ୍ଚିମ ଅଂଚଳକୁ ୨୧ ଥର ଯୁଦ୍ଧ ଜାହାଜ ପଠାଇଛି ପିଏଲଏ
– ‘ତାଇୱାନର ସେନା କ୍ୟାମ୍ପଗୁଡିକ ଉପରେ ଆକ୍ରମଣ କରିପାରେ ଚୀନ୍’– ଗ୍ଲୋବାଲ୍ ଟାଇମ୍ସ
– ତାଇୱାନର ବାୟୁସୀମାକୁ ନିଜ ନିୟନ୍ତ୍ରଣକୁ ନେଇପାରେ ଚାଇନା

୩. ତାଇୱାନ୍ ଉପରେ କଟକଣା
– ୧୦୦ରୁ ଅଧିକ ତାଇୱାନୀ କମ୍ପାନୀଙ୍କ ଠାରୁ ଆମଦାନୀ ଉପରେ କଟକଣା
– ତାଇୱାନର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ ହେଉଛି ଚୀନ୍

୪. ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ
– ବେଜିଂରେ ଥିବା ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି ଚୀନ୍
– ନିଜ ଭୁଲ ପାଇଁ ଭୟଙ୍କର ପରିଣାମ ଭୋଗିପାରେ ଆମେରିକା : ଚୀନ୍

୫. ସାଇବର ଆଟାକ
– ମଙ୍ଗଳବାର ରାତିରେ ତାଇୱାନରେ ହୋଇଥିଲା ସାଇବର ଆକ୍ରମଣ
– ଏଥିରେ ରାଷ୍ଟ୍ରପତିଙ୍କ ଅଫିସ ମଧ୍ୟ ପ୍ରଭାବିତ ହୋଇଥିଲା

୬. ତାଇୱାନ ଅକ୍ତିଆର ପାଇଁ ପ୍ରସ୍ତୁତି
– ତାଇୱାନର କୌଣସି ଏକ ଛୋଟ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇପାରେ ଚୀନ୍
– ଏନେଇ କିନ୍ତୁ ବିଧିବଦ୍ଧ ସୂଚନା ମିଳିନାହିଁ