ଚିକିତ୍ସାରେ ଖର୍ଚ୍ଚ ଟଙ୍କା ନ ଦେବାକୁ ବିମା କମ୍ପାନୀର ଚାଲ : ଫୁସଫୁସ୍ କ୍ୟାନସର ରୋଗୀ ଚେନ ସ୍ମୋକର ଥିବା ଦର୍ଶାଇ ଟଙ୍କା ଦେବାକୁ କଲା ମନା

299

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ବିମା ଆଜିର ଦିନରେ ବେଶ ଗୁରୁତ୍ୱ ବହନ କରେ । କାରଣ ଏବେ ଛୋଟ, ବଡ ଯେକୌଣସି ରୋଗ ପାଇଁ ଡାକ୍ତରଖାନା ଯିବା ଏବଂ ଚିକିତ୍ସା କରିବା ଅନେକ ମହଙ୍ଗା ହୋଇଯାଇଛି । ସ୍ୱାସ୍ଥ୍ୟ ବିମା ଥିଲେ ଡାକ୍ତରଖାନାରେ ଚିକିତ୍ସା କରାଇବା ସାଧାରଣ ଲୋକଙ୍କ ପାଇଁ ବେଶ କଷ୍ଟକର । ଆଉ ଏଥିପାଇଁ ଲୋକେ ସ୍ୱାସ୍ଥ୍ୟ ବିମା କରି ବର୍ଷ ବର୍ଷ ଧରି ପ୍ରିମିୟମ୍ ଭରି ଚାଲିଥାନ୍ତି ।

ହେଲେ ଆପଣ ଭରୁଥିବା ପ୍ରିମିୟମ୍ ଯଦି ଠିକ୍ ସମୟରେ କାମ ନଦେବ, ବିମା କମ୍ପାନୀ ଯଦି ବିଭିନ୍ନ କାରଣ ଦର୍ଶାଇ ଆପଣଙ୍କ କ୍ଲେମ୍ ରାଶିକୁ ଖାରଜ କରିଦେବ ତାହାଲେ କଣ କରିବେ । ଏଭଳି ଏକ ଖବର ଆଜିଛି ଗୁଜରାଟ ରାଜକୋଟରୁ । ଏଠାରେ ବିମା ଥିବା ସତ୍ୱେ ଜଣେ ଫୁସଫୁସ୍ କ୍ୟାନସରରେ ପୀଡିତ ବ୍ୟକ୍ତିଙ୍କୁ ଇନ୍ସୁରାନ୍ସ କମ୍ପାନୀ ବିମା ଟଙ୍କା ଦେବାକୁ ମନା କରିଦେଇଥିଲେ । ବ୍ୟକ୍ତି ଜଣଙ୍କ ଚେନ୍ ସ୍ମୋକର୍ ଥିବା କାରଣ ଦର୍ଶାଇ ତାଙ୍କୁ ଚିକିତ୍ସାର ଟଙ୍କା ଫେରାଇବାକୁ ମନା କରିଦେଇଥିଲା କମ୍ପାନୀ । ଶେଷରେ ମାମଲା କୋର୍ଟରେ ପହଁଚିଥିଲା ।

ଉପୋଭୋକ୍ତା ବିବାଦ ନିବାରଣ ଆୟୋଗରେ ଅଭିଯୋଗ ହେବା ପରେ କମିଶନ୍ ବିମା କମ୍ପାନୀକୁ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରାଇବାକୁ କହିଛନ୍ତି । ତେବେ ଏହି ଘଟଣା ଇନ୍ସୋରାନ୍ସ କମ୍ପାନୀଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ଲୋକେ ବିମା ଟଙ୍କା ପୈଠ କରୁଛନ୍ତି । ହେଲେ ଚିକିତ୍ସା ବେଳେ ଅନେକ ଚାଲ୍ ଦେଖାଇ ଟଙ୍କା ଦେବାକୁ ମନା କରିଦେଉଛନ୍ତି ବିମା କମ୍ପାନୀ । ରାଜକୋଟ ଘଟଣା ବିମା କମ୍ପାନୀଙ୍କ ଚାଲ୍ ପଦାରେ ପକାଇଛି ।

ବିମା କମ୍ପାନୀର ଚାଲ୍ !

– ୨୦୧୮ରେ ରାଜକୋଟର ଯୁବକ ଫୁସ୍ଫୁସ୍ କ୍ୟାନସରରେ ପୀଡିତ ହୋଇଥିଲେ
– ପରେ ଅହମ୍ମଦାବାଦର ଏକ ଘରୋଇ ଡାକ୍ତରଖାନାରେ ହେଲେ ଚିକିତ୍ସିତ
– ଚିକିତ୍ସାରେ ୬ ଲକ୍ଷ ୫୩ହଜାର ଟଙ୍କା ହୋଇଥିଲା ଖର୍ଚ୍ଚ
– ଖର୍ଚ୍ଚ ଟାଙ୍କା ନେଇ ବିମା କମ୍ପାନୀରେ କ୍ଲେମ କଲେ ଯୁବକ
– ହେଲେ ଯୁବକ ଚେନ ସ୍ମୋକର ଥିବାରୁ ଟଙ୍କା ଦେବାକୁ ମନାକଲା କମ୍ପାନୀ
– ୨୦୧୯, ଏପ୍ରିଲ ୩୦ରେ ଟଙ୍କା ଫେରାଇବାକୁ ମନାକଲା ବିମା କମ୍ପାନୀ
– ୨୦ ବର୍ଷ ଧରି ବିମା ଭରିବା ପରେ ବି କାହିଁକି ଟଙ୍କା ଦେଲାନି କମ୍ପାନୀ?
– ଉପୋଭୋକ୍ତା ବିବାଦ ନିବାରଣ ଆୟୋଗରେ ଅଭିଯୋଗ କଲେ ଯୁବକ
– ଘଟଣାର ତଦନ୍ତ କରି ବିମା କମ୍ପାନୀକୁ ଟଙ୍କା ଫେରାଇବା ପାଇଁ କହିଲେ ଆୟୋଗ
– ସିଗାରେଟ୍ ଦ୍ୱାରା ହୋଇନଥିଲା ଫୁସଫୁସ୍ କ୍ୟାନସର
– ଚିକିତ୍ସାରେ ଖର୍ଚ୍ଚ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ
– ୩୦ ଦିନ ମଧ୍ୟରେ ୬ ଲକ୍ଷ ଟଙ୍କା ଓ ଆଇନ ଖର୍ଚ୍ଚ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ