ଚୀନରେ ପୁଣି ମାଡି ଆସିଛି ପ୍ରଳୟଙ୍କାରୀ ବନ୍ୟା। ଦକ୍ଷିଣ ଓ ଉତ୍ତର ଚୀନର ଅଧିକାଂଶ ରାଜ୍ୟରେ ପଶିଛି ବନ୍ୟା ପାଣି।

172

କନକ ବ୍ୟୁରୋ: ଚୀନରେ ପ୍ରଳୟଙ୍କାରୀ ବନ୍ୟା । ବୈଷୟିକ ଜ୍ଞାନ କୌଶଳରେ ସବୁ ଆଗରେ ଥିବା ଚୀନର ଇଏ ହେଉଛି ବର୍ତ୍ତମାନର ସ୍ଥିତି । ହାଇପ୍ରୋଫାଇଲ ସହରଠୁ ନେଇ ସବୁଠି କେବଳ ବନ୍ୟା ପାଣି ହିଁ ପାଣି । ବିଭିନ୍ନ କଳାକୌଶଳରେ ନିର୍ମିତ ଘର ଗୁଡିକ ବି ବନ୍ୟା ପାଣିରୁ ବାଦ ପଡିନି । ସବୁ ଠି କେବଳ ବନ୍ୟାର କରାଳ ରୂପ ଦେଖିବାକୁ ମିଳୁଛି । ବିଶାଳ ଆପାଟମେଣ୍ଟଠୁ ନେଇ ବଜାଘାଟ । କିଛି ବାଦ ପଡିନି ଏହି ପ୍ରଳୟଙ୍କାରୀ ବନ୍ୟାରୁ ।

ବିଶେଷ କରି ଉତ୍ତର ଓ ଦକ୍ଷିଣ ଚୀନରେ ଭୟଙ୍କର ବନ୍ୟା ଯୋଗୁଁ ଏବେ ସୁଦ୍ଧା ୨୦ଝରଙ୍କ ମୃତ୍ୟୁ ହେବା ସହ ଶହ ଶହ ଲୋକ ବାସହରା ହୋଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହେରଇଛି ସିଚୁଆନ ଓ ଲୋନଗନ, ଘଂସୁ ସହର , ବନ୍ୟା ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ସେପଟେ ଲଗାଣବର୍ଷା ଚାଲିଥିବା ଯୋଗୁଁ ଆଗକୁ ସ୍ଥିତି ଅଧିକ ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।