କଟକ ଏସସିବିରେ ଫରେନ୍ ବଡି ରିମୁଭାଲ ପ୍ରୋସେସରେ ଅପରେସନ କରି ବାହର କରାଗଲା କଣ୍ଟା, ଖାଇବା ସମୟରେ ତରବର କରି ଗିଳିଦେବା ବେଳେ ବୃଦ୍ଧଙ୍କ ଗଳାରେ ଅଟକଥିଲା କଣ୍ଟା

688

କନକ ବ୍ୟୁରୋ : ବୃଦ୍ଧଙ୍କ ଗଳାରୁ ବାହାରିଲା ଚିକେନ୍ କଣ୍ଟା । କିଛି ଘଣ୍ଟାର ଅପରେସନ ଓ ତା ପରେ କଢାଗଲା କଣ୍ଟା । ଆଉ ଏବେ ସୁସ୍ଥ ଅନୁଭବ କରିଛନ୍ତି ବୃଦ୍ଧ ଜଣକ । ଧୀରେ ଧୀରେ ସ୍ୱାଭାବିକ ହେଉଛନ୍ତି । ଚିକେନ୍ ଖାଉଥିବା ବେଳେ ବୃଦ୍ଧଙ୍କ ଗଳରେ ଚିକେନ୍ କଣ୍ଟା ଅଟକି ଯାଇଥିଲା । ଦୁଇ ଦିନ ପରେ ଅବସ୍ଥା ବିଗିଡିବାରେ ଲାଗିଲା । ଗଳା ଫୁଲିବା ସହିତ ଧୀରେ ଧୀରେ ଖାଇବା ପିଇବା ମଧ୍ୟ ବନ୍ଦ ହୋଇଗଲା । ପରେ ବୃଦ୍ଧ ଜଣକ କଟକ ଆସି ପରୀକ୍ଷା କରାଇଥିଲେ । ଥ୍ରୀଡି ସିଟିସ୍କାନ ପରେ ଚିକେନ୍ କଣ୍ଟାର ସ୍ଥିତି ଜଣାପଡିଥିଲା । ତେବେ ଫରେନ୍ ବଡି ରିମୁଭାଲ ପ୍ରୋସେପ ଅପରେସନ ସମୟର ଭିଡିଓରୁ ସମସ୍ତ ଘଟଣା ସ୍ପଷ୍ଟ ହୋଇଛି । ଏହି ଉପାୟର କଣ୍ଟା କଢାଯାଇଛି ।