ଜାରି ରହିଛି  ଗରମ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତକାଟ । ବିରୋଧ ପରେ ବି ସମାଧାନ ଶୂନ । 

92

କନକ ବ୍ୟୁରୋ: ଗରମ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଅସହ୍ୟ ହୋଇପଡିଛି ଜନଜୀବନ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବିଦ୍ରୁତ କାଟରେ ଜନଜୀବନ ଅତିଷ୍ ହୋଇପଡିଲାଣି । ଅନ୍ୟ ସ୍ଥାନ ଭଳି ବାଲେଶ୍ୱର ଜଳେଶ୍ୱର ରାଜନଗରରେ ବିଦ୍ୟୁତ କାଟକୁ ବିରୋଧ କରୁଛନ୍ତି ଲୋକେ । ଗାଁରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯିବାରୁ ପୁଣି ଥରେ ସଂଯୋଗ କରାଯାଇଥିଲା । ହେଲେ ଏବେ ଲୋଭୋଲଟେଜ ଓ ବିଦ୍ୟୁତକାଟ ହଉଛି । ପରିକି ଅତ୍ୟଧିକ ଲୋଡ ଯୋଗୁ ବାରମ୍ବାର ଲାଇନ୍ କଟୁଥିବା କୁହାଯାଇଛି ।

ସେପଟେ ଭଂଜନଗରର ବିଭିନ୍ନ ସ୍ଥାନରେ ବିଦ୍ୟୁତକାଟ ସମସ୍ୟା । କାଳବୈଶାଖୀ ତାଣ୍ଡବ ଯୋଗୁ ବିଦ୍ୟୁତ କାଟ ହୋଇଥିଲା । ବଡ ବଡ ଗଛ ପଡିବା ସହିତ ବିଦ୍ୟୁତଖୁଣ୍ଟି ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଗାଁ ସାରା ରହିଥିଲା ଅନ୍ଧାରରେ । ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ କାଟ ଯୋଗୁ ଲୋକମାନେ ଅନ୍ଧାରରେ ରହିଥିଲେ । ଦିନରେ ଡହ ଡହ ଖରା । ରାତିରେ କିଟ୍ କିଟ୍ ଅନ୍ଧାର ।

ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ବିଦ୍ୟୁତ କାଟ୍ ଲୋକଙ୍କୁ ହନ୍ତସନ୍ତ କରୁଛି । ବିଶେଷକରି ବରଗଡ଼ରେ ସକାଳୁ ରାତି ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେଉଥିବା ଦେଖିବାକୁ ମିଳିଛି । ବିଦ୍ୟୁତ କାଟ୍ ଯୋଗୁଁ ଅନ୍ଧାରରେ ରାତି କାଟିଛନ୍ତି ବରଗଡ଼ ସହରବାସୀ । ଗତ ଦୁଇ ଦିନ ଧରି ଏପରି ସ୍ଥିତି ଲାଗି ରହିଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସ୍ଥିତି ଏପରି ଯେ ଇନଭର୍ଟର ମଧ୍ୟ କାମ ଦେଉନାହିଁ ।