ହେତୁବାଦ ନାଁରେ ଧର୍ମୀୟ ଭାବନାକୁ କୁଠାରଘାତ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶା ନିଯୋଗ ନାୟକ।

119

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗ ନାୟକଙ୍କ ଚିଠି । ହେତୁବାଦ ନାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ହିନ୍ଦୁ ଧର୍ମୀୟ ଭାବନା ତଥା ଆସ୍ଥାକୁ ବିରୋଧ କରାଯାଇଥିବା ଅଭିଯୋଗ କରିଛନ୍ତି । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ, ଗତ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣରେ କିଛି ବ୍ୟକ୍ତି ଶହ ଶହ ବର୍ଷର ପ୍ରଥା ତଥା ପରମ୍ପରାକୁ ବିରୋଧ କରି ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି । ତଥାକଥିତ ହେତୁବାଦୀମାନେ ଏଭଳି କରିବା ସହ ଧର୍ମୀୟ ଭାବନା ସହ ଖେଳିଛନ୍ତି । ଭଗବାନଙ୍କ ଚରିତ୍ର ସଂହାର କରିବା ସହ ଅନ୍ୟାନ୍ୟ କାମ କରିଥିବାରୁ ସେମାନଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ସେ ଦାବି କରିଛନ୍ତି । ଯଦି ଏଭଳି ନହୁଏ ତେବେ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ଚେତାବନୀ ଦିଆଯାଇଛି ।