୧୦୦ ରୁ ଅଧିକ ଫାୟାର ବ୍ରିଗେଡ୍ ବି ଲିଭାଇ ପାରୁନି ନିଆଁ । । ଦିଲ୍ଲୀ ସ୍ଥିତ ଏସୀଆର ସବୁଠୁ ବଡ ଇଲେକ୍ଟ୍ରୋନିକ୍ ମାର୍କେଟ୍ ଜଳି ପାଉଁଶ

243

କନକ ବ୍ୟୁରୋ: ଦିଲ୍ଲୀ ଚାନ୍ଦନୀ ଚୌକରେ ଥିବା ଏସୀଆର ସବୁଠୁ ବଡ ଇେ ଇଲେକ୍ଟ୍ରୋନିକ୍ ମାର୍କେଟ୍ ଜଳିପୋଡି ପାଉଁଶ ହୋଇଛି । ଦୀର୍ଘ ୩୬ ଘଣ୍ଟା ଧରି ୧୦୦ରୁ ଅଧିକ ଫାୟାର ବ୍ରିଗେଡ୍ ନିଆଁ ଲିଭାଇବାକୁ ନିୟୋଜିତ ହୋଇଥିଲେ ବି ନିଆଁ ନିୟନ୍ତ୍ରଣ ହୋଇପାରିନାହିଁ । ଫଳରେ ପୁରା ମାର୍କେଟ୍ କମ୍ପେ୍ଲକ୍ସ ଜଳିପୋଡି ପାଉଁଶ ହୋଇଯାଇଛି ।

ସୂଚନା ମୁତାବକ, ୨୪ ତାରିଖ ରାତି ୮ଟା ସମୟରେ ଲାଗିଥିବା ଏହି ନିଆଁ ଚାହୁଁଚାହୁଁ ବ୍ୟାପୀଯାଇଥିଲା । ମାର୍କେଟର ୧୫୦ ରୁ ଅଧିକ ଇଲେକ୍ଟ୍ରୋନିକ୍ ଦୋକାନ ନିଆଁରେ ଜଳି ଉଠିଥିଲା । ଦୋକାନରେ ସବୁ ଇଲେକ୍ଟ୍ରୋନିକ ଦୋକାନ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପୀଥିଲା । ୪ ମହଲା କୋଠା ମଧ୍ୟ ନିଆଁ ବଢିଥିଲା । ସେଠାରେ ୧୦୦ରୁ ଅଧିକ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁ ଲିଭାଇଥିଲେ ବି ଏଯାଏଁ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିନାହିଁ । ଏବେବି ଅନେକ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି ।