ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ “ରାଷ୍ଟ୍ରୀୟ ପୋଷକ ମାସ’ ପାଳନ

71

କନକ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରିଥିଲା । ଏଥିରେ ମା ମାନଙ୍କୁ ସୁଷମ ଖାଦ୍ୟ, ସୁସ୍ଥ ଅଭ୍ୟାସ, ସନ୍ତୁଳିତ ଖାଦ୍ୟ ଓ ସ୍ୱଦେଶୀ ଖାଦ୍ୟର ମହତ୍ୱ ସଂପର୍କରେ ସଚେତନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ୧୨୫ଟି ଅଙ୍ଗନୱାଡ଼ିରେ ଆୟୋଜିତ ହୋଇଥିଲା ଓ ୨୦୦୦ରୁ ଅଧିକ ମହିଳା ଓ ଶିଶୁ ମାନେ ଉପକୃତ ହୋଇଥିଲେ ।

ସେପ୍ଟେମ୍ବର ମାସରେ ଭାରତ ସରକାରଙ୍କ ପୋଷଣ ବା ରାଷ୍ଟ୍ରୀୟ ପୋଷଣ ମିଶନ ଅଧିନରେ ସାରା ଭାରତରେ ପୋଷକ ମାସ ପାଳନ କରାଯାଇଥାଏ । ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଅଙ୍ଗବାଡି କର୍ମଚାରୀ ଓ ପଂଚାୟତରାଜ ପ୍ରତଷ୍ଠାନର ସଦସ୍ୟଙ୍କ ଜରିଆରେ ସ୍ଥାନୀୟ ଗୋଷ୍ଠୀଙ୍କୁ ପୋଷଣ ଉପରେ ବିଭିନ୍ନ ପରାମର୍ଶ ଦେବା ସହିତ ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ।

ଏହି ଅଭିଯାନର ଅଂଶ ସ୍ୱରୂପ ମହିଳାମାନଙ୍କୁ ବିଭିନ୍ନ ସ୍ୱଦେଶୀ ଖାଦ୍ୟର ମହତ୍ୱ ସଂପର୍କରେ ପରାମର୍ଶ ଓ ଏହାର ପ୍ରସ୍ତୁତି ବିଷୟରେ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥିଲା । ସ୍ଥାନୀୟ ଅଂଚଳରୁ ମହିଳାମାନେ ନିଜେ ପ୍ରସ୍ତୁତ କରୁଥିବା ଖାଦ୍ୟ ସଂପର୍କରେ ପରସ୍ପରଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସ୍ୱାସ୍ଥ୍ୟକର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଙ୍ଗନୱାଡ଼ି କର୍ମଚାରୀ ଓ ସ୍ୱେଛାସେବୀଙ୍କ ଦ୍ୱାରା ମଧ୍ୟ ମା ଓ ଶିଶୁ ମାନଙ୍କ ଉପଯୁକ୍ତ ପୋଷଣ ଉପରେ ଏକ ରାଲିର ଆୟୋଜନ କରାଯାଇଥିଲା । ଆଶା ଓ ଏଏନଏମ କର୍ମଚାରୀଙ୍କ ସହାୟତାରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ପରୀକ୍ଷା ମଧ୍ୟ ଆୟୋଜନ କରାଯାଇଥିଲା । କଂପାନି ଦ୍ୱାରା “ପୋଷଣ ବାଟିକା’ ବା ପୋଷଣ ବଗିଚା ସୃଷ୍ଟି କରାଯାଇଥିଲା ।

ବେଦାନ୍ତର ଶୂନ୍ୟ କ୍ଷୁଧା ଅଭିଯାନ ସଂପର୍କରେ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଥିଲେଯେ-ଆମେ କ୍ଷୁଧା ନିବାରଣ ଓ କୁପୋଷଣ ବିରୁଦ୍ଧରେ ବିଶ୍ୱସ୍ତରୀୟ ଅଭିଯାନ ସହିତ ସାମିଲ ଅଛୁ । ଉତ୍ତମ ଅଭ୍ୟାସ ବଳରେ ଆମେ ଏହି ସମସ୍ୟାକୁ ଦୂର କରିପାରିବା । ପୋଷଣ ମାସ ପାଳନ ଅବସରରେ ଆମ ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ପୋଷଣ ଉପରେ ଆମ ଗୋଷ୍ଠୀଙ୍କୁ ସଚେତନ କରାଉଛୁ । ଆଶା କରୁ ଆମର ଏହି ଅଭିଯାନ ଦ୍ୱାରା ପରିବାର ଲୋକମାନଙ୍କ ଭିତରେ ଉପଯୁକ୍ତ ସଚେତନତା ସୃଷ୍ଟି ହୋଇ ପାରିବ ।

ଏହା ଉଲ୍ଲେଖନୀୟଯେ ବେଦାନ୍ତ ଲିମିଟେଡ ଦିଲ୍ଲୀ ହାଫ ମାରାଥନର ଟାଇଟଲ ପ୍ରାୟୋଜକ ଓ ଏହା କର୍ମଚାରୀ, ବ୍ୟବସାୟିକ ସହଯୋଗୀ, ପରିବାର ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କୁ “ଶୂନ୍ୟ କ୍ଷୁଧା’ ପାଇଁ ଉତ୍ସାହିତ କରୁଛି । ଶିଶୁ କ୍ଷୁଧା ଓ ଭାରତରେ ପୁଷ୍ଟିହୀନତାକୁ ଦୂର କରିବା ଲାଗି କଂପାନି ପକ୍ଷରୁ ଏହି କାର୍ୟ୍ୟକ୍ରମରେ ମାରାଥନରେ ଚାଲିଥିବା ପ୍ରତି କିଲୋମିଟର ପାଇଁ ଉଭୟ ଗ୍ରାଉଣ୍ଡ ଓ ପ୍ରାୟତଃ ସାରା ଦେଶର ପିଲାମାନଙ୍କ ପାଇଁ ଭୋଜନ ପାଇଁ ପ୍ରତିଶ୍ରୁତି ଦେଇଛି ।

ଏହି ସଚେତନତାରେ ଅଂଶ ଗ୍ରହଣ କରିଥିବା ଜଣେ ମହିଳା କହିଛନ୍ତିଯେ କଂପାନି ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମ ଆମର ମା ଓ ଶିଶୁ ମାନଙ୍କ ପାଇଁ ବହୁ ଉପକାର କରିବ । ମୁଁ ମଧ୍ୟ ମୋର ନବଜାତ ଶିଶୁର ଯତ୍ନ ଓ ତାର ସଠିକ ପୋଷଣ ପାଇଁ ଉପଯୁକ୍ତ ପରାମର୍ଶ ପାଇଥିବାରୁ ବହୁତ ଖୁସି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାପଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

କଂପାନି ୧.୭୫ ଏମଟିପିଏର ଆଲୁମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ଥର୍ମାଲ ପାୱାର ପ୍ଲାଂଟ କୁ ଝାରସୁଗୁଡ଼ାରେ ପରିଚାଳନା କରୁଛି । ୧ ମିଲିୟନ ଟନ ଉତ୍ପାଦନ ଓ ଏକ୍ସପୋର୍ଟ କ୍ଲବରେ ଏହା ହେଉଛି ଏମାତ୍ର ଭାରତୀୟ ସଂସ୍ଥା । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ୟ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।