ଗୃହର ସୁପରିଚାଳନା ଉପରେ ନଜର: ଆଜି ପୁଣି ବସୁଛି ସର୍ବଦଳୀୟ ବୈଠକ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱାଭାବିକ ହେବ କି ଗୃହ? କ୍ରମାଗତ ଭାବେ ବିଧାନସଭାରେ ଅଚଳାବସ୍ଥା ଲାଗି ରହିବେ ପରେ ନେତାଠୁ ଜନତା ସମସ୍ତ ମନରେ ଏହି ଗୋଟିଏ ପ୍ରଶ୍ନ ।  ଗୃହକୁ ସୂଚାରୁରୂପେ ପରିଚାଳନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗତକାଲି ଦୁଇ ଦୁଇ ଥର ସର୍ବଦଳୀୟ ବୈଠକ ବିଫଳ ହେବା ପରେ ଆଜି ବୈଠକରେ କଣ ନିଷ୍କର୍ସ ବାହାରୁଛି ସେ ଉପରେ ସମସ୍ତଙ୍କ ନଜର । ବିଜେଡି ଆକାଉଂଟକୁ ଟଙ୍କା ପ୍ରସଙ୍ଗରେ ଶାସକ ଦଳକୁ ବିରୋଧୀ ଘେରିଥିବା ବେଳେ ବିରୋଧୀ ଦଳ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ବିଜେଡି । ଶାସକ ବିରୋଧୀଙ୍କ ଟଣାଓଟଣା ଭିତରେ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । କ୍ରମାଗତ ୭ ଦିନ ହେଲା ଗୃହରେ ଅଚଳାବସ୍ଥା ଲାଗି ରହିଛି । ଗତକାଲି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହୋହାଲ୍ଲା କରିଥିବା ବେଳେ ବିଜେପି ସଦସ୍ୟମାନେ କଳା ଗାଉନ ପିନ୍ଧି ହଙ୍ଗାମା କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି ।