ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର । ୧୨୦୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା 

99

କନକ ବ୍ୟୁରୋ: ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ୨୬ ତାରିଖରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୮୮ଟି ଆସନରେ ହେବ ମତଦାନ । ୧୨୦୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ମଧ୍ୟପ୍ରଦେଶର ବୈତୁଲ ଆସନର ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ଏହି ଆସନରେ ମତଦାନ ସ୍ଥଗିତ ରହିଛି । କେରଳରେ ସର୍ବାଧିକ ୨୦ଟି ଲୋକସଭା ଆସନ, କର୍ଣ୍ଣାଟକରେ ୧୪ଟି, ରାଜସ୍ଥାନରେ ୧୩ଟି ଆସନରେ ହେବ ମତଦାନ । ଏହି ପର୍ଯ୍ୟାୟରେ କେରଳ ୱାଏନାଡରେ ରାହୁଲ ଗାନ୍ଧୀ, ରାଜସ୍ଥାନ କୋଟାରୁ ଓମ ବିର୍ଲା, ଛତିଶଗଡ଼ ରାଜନନ୍ଦଗାଓ ଆସନରୁ ଭୂପେଶ ବାଘେଲ, କେରଳର ଥିରୁଅନନ୍ତପୁରମରେ ରାଜୀବ ଚନ୍ଦ୍ରଶେଖର, ଶଶୀ ଥରୁରଙ୍କ ଭଳି ପ୍ରାର୍ଥୀଙ୍କ ପାଇଁ ମତଦାନ ହେବାକୁ ଯାଉଛି । ଏପ୍ରିଲ ୧୯ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ ।