ଇଭିଏମ୍ ଓ ଭିଭିପାଟ ସ୍ଲିପ ମେଳ ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । କହିଲେ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବୁ ନାହିଁ

139

କନକ ବ୍ୟୁରୋ: ଭିଭିପାଟ୍ ଉପରେ ସୁପ୍ରିମ୍ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ସନ୍ଦେହ ଆଧାରରେ ଆଦେଶ ଜାରି କରିପାରିବୁ ନାହିଁ । ଅଦାଲତ ନିର୍ବାଚନ ପାଇଁ ନିୟନ୍ତ୍ରଣ କର୍ତ୍ତୃପକ୍ଷ ନୁହଁନ୍ତି । ଇଭିଏମ ପ୍ରସଙ୍ଗରେ କୋର୍ଟ ଦୁଇଟି ମାମଲାର ଶୁଣାଣି କରୁଛନ୍ତି । ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି । ଯେଉଁ କିଛି ପ୍ରଶ୍ନ ରହିଛି ତାର ଉତ୍ତର ମିଳିଛି । ଭିଭିପିଏଟି ସମ୍ପର୍କରେ ଅଦାଲତ କହିଛନ୍ତି ଯେ, ଏପର୍ଯ୍ୟନ୍ତ ବିଶୃଙ୍ଖଳାର ଗୋଟିଏ ବି ରିପୋର୍ଟ ସାମ୍ନାକୁ ଆସିନାହିଁ । ଅଧିକ ଭିଭିପାଟି ମେଳ କରାଯିବ ନେଇ ଅର୍ଡର କରାଯାଇପାରିବ କି ନାହିଁ ତାହା ଉପରେ ମଧ୍ୟ ନଜର ରହିଛି ବୋଲି କୋର୍ଟ କହିଛନ୍ତି । ଶୁଣାଣି ସମୟରେ ଜଷ୍ଟିସ ଦୀପଙ୍କର ଦତ୍ତ, ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ, ସନ୍ଦେହ ଆଧାରରେ କୌଣସି ଆଦେଶ ଦେଇପାରିବା କି? ଯେଉଁ ରିପୋର୍ଟ ଉପରେ ଆବେଦନାକାରୀ ଭରସା କରୁଛନ୍ତି ସେଥିରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ହ୍ୟାକିଂର କୌଣସି ଘଟଣା ଘଟିନାହିଁ । ଅନ୍ୟ କୌଣସି ସାମ୍ବିଧାନିକ ଅଧିକାରକୁ କୋର୍ଟ ନିୟନ୍ତ୍ରଣ କରୁନାହୁଁ । ତେଣୁ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବୁ ନାହିଁ ।