ବ୍ରିଜରୁ ଖସିପଡିଲା ବରଯାତ୍ରୀ ଗାଡି । ୩ ଗୁରୁତର ୩୦ ରୁ ଅଧିକ ଆହତ. ।

181

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର୍ ବ୍ରିଜ ତଳକୁ ଓଲଟିପଡିଲା ବରଯାତ୍ରୀ ଗାଡ଼ି, ୩ ଜଣ ଗୁରୁତର ହେବା ସହ ୩୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଏକ ପିକଅପ ଗାଡିରେ ୩୦ ରୁ ଉଦ୍ଧ୍ୱର୍ ବରଯାତ୍ରୀ ଯାଉଥିବା ବେଳେ ଖଟଲାପଦର୍ ବ୍ରିଜ ତଳକୁ ପିକଅପ ଗାଡିଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବାବେଳେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ।