ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା’ : ୧୦୦ ବର୍ଷ ବୟସରେ ଆଖି ବୁଜିଲେ ହୀରାବେନ୍

2,304

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ପରଲୋକ । ୧୦୦ ବର୍ଷ ବୟସରଙ୍କ ହୀରାବେନଙ୍କ ପରଲୋକ ହୋଇଛି । ଏ ନେଇ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ ହୋଇଛି । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ହୀରାବେନ୍‌ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ୧୦୦ ବର୍ଷୀୟା ହୀରାବେନ୍‌ଙ୍କୁ ଅହମଦାବାଦର ୟୁଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ‌ସେଣ୍ଟର‌‌ରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତେବେ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଥିଲା ।