ଘର ଉପରେ ବୋମା ମାଡ । ପୋଲିସକୁ ଖବର ଦେଲେ ଆରଡିଏକ୍ସ ମାଡ ପାଇଁ ଧମକ । କଟକ ଜିଲ୍ଲା ସାଲେପୁର ବ୍ଲକ ଲେଖନପୁର ଗାଁର ଘଟଣା ।

99

କନକ ବ୍ୟୁରୋ: ଘର ଉପରେ ବୋମା ମାଡ । କଟକ ଜିଲ୍ଲା ସାଲେପୁର ବ୍ଲକ ଜପକୁଦ ଫାଣ୍ଡି ଅଧିନସ୍ଥ ଲେଖନପୁର ଗାଁରୁ ଆସିଛି ଏହି ଅଭିଯୋଗ । ବୋମା ମାଡ ପରେ ମୋବାଇଲ ଫୋନକୁ ଅଜଣା ନମ୍ବରରୁ ଫୋନ କରି ଧମକ ମଧ୍ୟ ଦିଆଯାଇଛି । ବୋମା ମାଡ ବିଷୟରେ ପୁଲିସକୁ ସୂଚନା ଦେବ, ତେବେ ତୁମ ଘର ଉପରେ ଆରଡିଏକ୍ସ ପକାଇଦେବି ବୋଲି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଲେଖନପୁର ଗାଁର ମୁଷାରଫ ଖାନ ଲିଖିତ ଏତଲା ଦେବା ପରେ ଜପକୂଦ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଚଳାଇଛି ।

ତେବେ ବୋମା ମାଡରେ କାହାର କ୍ଷତି ହୋଇନଥିବା ବେଳେ ମୂଷାରଫଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି । ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।