ଗଙ୍ଗା ନଦୀରେ ଅଘଟଣ : ୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଡଙ୍ଗା; ୧୨ରୁ ଅଧିକ ଯାତ୍ରୀ ନିଖୋଜ

97

କନକ ବ୍ୟୁରୋ : ଗଙ୍ଗା ନଦୀରେ ଅଘଟଣ । ପ୍ରାୟ ୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିବାରୁ ଅଘଟଣ ଘଟିଛି । ୧୨ରୁ ଅଧିକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବିହାରର ରାଜଧାନୀ ପାଟନାର ନିକଟବର୍ତ୍ତୀ ଦାନପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଦାଉଦପୁରର ବୋଲି ଜଣାପଡିଛି ।

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ଯାତ୍ରୀଙ୍କୁ ଏବେ ବି ପତା ମିଳୁନି । ସେମାନଙ୍କ ମଧ୍ୟରେ ଶିଶୁ, ମହିଳା, ଓ ପୁରୁଷ ରହିଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି ।