ସଫେଇ କର୍ମଚାରୀଙ୍କୁ ତିନି ଦିନର ସମୟ ମାଗିଲା ବିଏମସି । ବର୍ଦ୍ଧିତ ଦରମା ନେଇ ହେବ ଘୋଷଣା । ଲିଖିତ ପ୍ରତିଶ୍ରୁତି ଦାବିରେ ଅନ୍ଦୋଳନକାରୀ ।

118

କନକ ବ୍ୟୁରୋ: ବିଏମସି ସହ ସଫେଇ କର୍ମଚାରୀଙ୍କ ଆଲୋଚନା । ତିନି ଦିନର ସମୟ ମାଗିଲା ବିଏମସି । ୩ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ନେଇ ଘୋଷଣା କରିବେ ସରକାର । ଅଳିଆ ପୃଥକୀକରଣ ବନ୍ଦ କରିବାକୁ ୧୫ ଦିନର ସମୟ ମାଗିଛି ବିଏମସି । ଆଲୋଚନା ସଫଳ ହୋଇଥିବା ବିଏମସି କହିଛି ।

ଅନ୍ୟପଟେ ଆନ୍ଦୋଳନକାରୀ ସଫେଇ କର୍ମଚାରୀ କହିଛନ୍ତି ଯେ, ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଜାରି ରହିବ ଆନ୍ଦୋଳନ । ସହରରୁ ଉଠିବନି ଅଳିଆ । ଯେପର୍ଯ୍ୟନ୍ତ ବିଏମସି କିମ୍ବା ସରକାର ଦରମାର ୧୫ ହଜାର ଟଙ୍କାର ବୃଦ୍ଧି ନକରିଛନ୍ତି, ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି । ଗୋଟିଏ ପଟେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜଧାନୀ ରାଜରାସ୍ତାରେ ଅଳିଆ ପଡ଼ିରହିଛି । ଦ୍ୱିତୀୟ ଦିନରେ ଠିକା ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଶତାଧିକ ସଫେଇ କର୍ମଚାରୀ ରାଜମହଲ ବ୍ରିଜ୍ ତଳେ ଧାରଣା ଦେବା ସହ ବିଏମସି ଅଫିସ୍ ସାମ୍ନାରେ ଧାରଣା ଦେଇଛନ୍ତି ।