ନାୟବ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଅପରାହ୍ନ ୪ଟାରେ ଶପଥ ଗ୍ରହଣ ।

282

କନକ ବ୍ୟୁରୋ: ହରିୟାଣାରେ ବଡ ରାଜନ୍ରେତିକ ହଲଚଲ । ହରିୟାଣାର ନୂଆ ସିଏମ ହେବେ ନାୟବ ସିଂ ସୈନି । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ବିଧାୟକ ଦଳ ବୈଠକ ପରେ ନାୟବ ସୈନିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ। ନାୟବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସୂଚନା ରହିଛି ।

ସୂଚନା ମୁତାବକ, ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହା ପରେ ବିଜେପିରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଚାର ବିମର୍ଶ କରିବା ପାଇଁ ଚଣ୍ଡିଗଡ଼ରେ ବିଧାୟକ ଦଳର ବୈଠକ ଆରମ୍ଭ ହୋଇଥିଲା। ଏହି ସମୟରେ କୁରୁକ୍ଷେତ୍ରର ବର୍ତ୍ତମାନର ସାଂସଦ ତଥା ବିଜେପି ସଭାପତି ନାୟବ ସିଂ ସୈନିଙ୍କ ନାମକୁ ନେଇ ସହମତି ହୋଇଥିଲା। ନାୟବ ସୈନି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବା ପରେ ଶପଥ ନେବାର ସୂଚନା ରହିଛି ।