କୋରାପୁଟରେ କାଶ୍ମୀରର ଭ୍ରମ । ବୋରିଗୁମ୍ମାରେ କୁଆପଥର ବର୍ଷା ଯୋଗୁଁ ଚାରିଆଡେ ଧଳା ଚାଦରର ଆସ୍ତରଣ ।

1,534

କନକ ବ୍ୟୁରୋ: କୋରାପୁଟରେ କାଶ୍ମୀରର ଭ୍ରମ । ସାରା ରାଜ୍ୟରେ ପାଗ ବଦଳୁଥିବା ବେଳେ କୁଆପଥର ବର୍ଷା, ବିଜୁଳି, ଘଡଘଡି ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହାରି ଭିତରେ କୋରାପୁଟରେ କୁଆପଥର ବର୍ଷା ହୋଇଛି । ଆଉ ବର୍ଷା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇବ ଯେ, ଆପଣ କୋରାପୁଟରେ ଅଛନ୍ତି ନା କାଶ୍ମୀରରେ । ସାଧାରଣତଃ କାଶ୍ମୀରରେ କିପରି ବରଫ ଆଚ୍ଛାଦିତ ହୋଇରହିଥାଏ, ତାହା ଆପଣ ଦେଖିଥିବେ । ଠିକ୍ ସେହିଭଳି ଚିତ୍ର ଏବେ କୋରାପୁଟରେ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହା ବରଫ ନୁହଁ, ଏହା ହେଉଛି କୁଆପଥର । ପ୍ରବଳ କୁଆପଥର ବର୍ଷାରେ କୋରାପୁଟରେ ସୃଷ୍ଟି ହେଉଛି କାଶ୍ମୀରର ଭ୍ରମ । ବୋରିଗୁମ୍ମା ବ୍ଲକ ଆଉଁଳିରେ ଘଡଘଡି ସହ ପ୍ରବଳ କୁଆପଥର ବର୍ଷା ହୋଇଛି । ରାସ୍ତାଘାଟଠୁ ଆରମ୍ଭ କରି ଚାଷଜମି ସବୁଠି କୁଆପଥରର ଆସ୍ତରଣ ଦେଖିବାକୁ ମିଳିଛି । ଏଥିରେ କେତେ ଗୁଡିଏ କାରର କାଚ ଭାଙ୍ଗିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ରାସ୍ତା ଉପରେ କୁଆପଥର ଜମା ହୋଇରହିଥିବା ବେଳେ, ସ୍ଥାନୀୟ ଲୋକେ ଏହାକୁ ସଫା କରୁଛନ୍ତି ।