ଅକ୍ଷୟ ତୃତୀୟାରେ ସୁନା ଦୋକାନରେ ଭିଡ । ଜାଣନ୍ତୁ, ଅକ୍ଷୟ ତୃତୀୟାରେ କାହିଁକି କିଣାଯାଏ ସୁନା?

585

କନକ ବ୍ୟୁରୋ: ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ସହ ଅଖିମୁଠି ଅନୁକୂଳ ହୋଇଥାଏ । ଏହି ଦିନ ଯେକୌଣସି ଧାତୁ କିଣିଲେ ଘରକୁ ସୁଖ ସମୃଦ୍ଧି ଆଣିଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ଓଡିଆ ଘରର ଲୋକେ ସୁନା କିଣିବାକୁ ପସନ୍ଦ କରିଥାନ୍ତି । କରୋନା ପରେ ସବୁ ସ୍ୱାଭାବିକ ହୋଇଥିବାରୁ ଅକ୍ଷୟ ତୃତୀୟ ପାଇଁ ସୁନା ଦୋକାନାଗୁଡିକରେ ସକାଳୁ ଭିଡ ଦେଖିବାକୁ ମିଳିଥିଲା । ସୁନା ଦୋକାନଗୁଡିକ ମଧ୍ୟ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଇଥିଲେ । ଅଫର ସହ ଆଗକୁ ବାହାଘର ଋତୁ ଆସୁଥିବାରୁ ଲୋକେ ବେଶ ଆଗ୍ରହର ସହ ସୁନା କିଣିଛନ୍ତି । ଆଉ ବ୍ୟବସାୟୀ ବି ଏଥର ଭଲ ବ୍ୟବସାୟର ଆଶା ରଖିଛନ୍ତି ।

  • ଅକ୍ଷୟ ତୃତୀୟାରେ କାହିଁକି କିଣାଯାଏ ସୁନା?
  • ସୁନା କିଣିଲେ ଆସିଥାଏ ସୁଖ ସମୃଦ୍ଧି

ଜ୍ୟୋର୍ତିର୍ବିଦଙ୍କ କହିବା ଅନୁସାରେ, ସୁନା ହେଉଛି ମାଆ ଲକ୍ଷ୍ମୀଙ୍କ ଅତି ପ୍ରିୟ । ଆଜିର ଦିନରେ ସୁନା କିଣିଲେ ଧନପ୍ରାପ୍ତି ସହ ସୁଖସମୃଦ୍ଧି ଆସିଥାଏ । ସେହିପରି ଅନ୍ୟ ଧାତୁ ବି କିଣିଲେ ଶୁଭ ବୋଲି କୁହାଯାଏ । ଯାହା ବି କିଣିଲେ ତାହା ପରବର୍ତ୍ତୀ ସମୟରେ ବଢିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଅକ୍ଷୟ ତୃତୀୟାରେ ଏଭଳି ସୁନା କିଣା କଥାକୁ ଅସ୍ୱୀକାର କରିଛନ୍ତି ହେତୁବାଦୀ । ତେବେ କରୋନା ପରେ ଏଥର ସବୁ ସ୍ୱାଭାବିକ ହୋଇଥିବାରୁ ଭଲ ବ୍ୟବସାୟ ହେବା ନେଇ ସୁନା ବ୍ୟବସାୟୀ ଆଶା ରଖିଛନ୍ତି ।