ଆକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ । ପାଖାପାଖି ହେଲେ ଚନ୍ଦ୍ର ଓ ଶୁକ୍ର ।

1,045

କନକ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଆକାଶରେ ଜହ୍ନ ସହ ଶୁକ୍ର ତାରା ସ୍ପଷ୍ଟ ଭାବେ ଏକାଠି ନଜର ଆସିଛନ୍ତି । ଚନ୍ଦ୍ରର ଅତି ନିକଟରେ ଶୁକ୍ର ଗ୍ରହ ମହାକାଶରେ ଦୃଶ୍ୟମାନ ହୋଇଛି । ଏହି ମହାଜାଗତିକ ବିରଳ ଦୃଶ୍ୟ ଓଡିଶାରେ ମଧ୍ୟ ଦୃଶ୍ୟମାନ ହୋଇଛି । ଚନ୍ଦ୍ରର ଠିକ ଉପରେ ଅଥଚ ଦୂରରେ ଥାଇ ଚକ୍ ଚକ୍ କରୁଛି ଶୁକ୍ର ଗ୍ରହ । ବଡ କଥା ହେଉଛି ମହାକାଶରେ ଚନ୍ଦ୍ରର ନିକଟତର ହୋଇଥିବା ଶୁକ୍ର ଗ୍ରହକୁ ଖାଲି ଆଖିରେ ଦେଖି ହେଉଛି । ଆକାଶରେ ଶୁକ୍ର ଗ୍ରହ ଚନ୍ଦ୍ରର ନିକଟତର ହୋଇଥିଲା ବେଳେ ଚନ୍ଦ୍ର ଅଧିକ ଉଜ୍ୱଳ ଦେଖା ଯାଉଛି । ସନ୍ଧ୍ୟାରେ ଆକାଶରେ ଦେଖାଯାଉଥିବା ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ଅନ୍ୟତମ । ତେବେ ଆକାଶରେ ଚନ୍ଦ୍ର ଓ ଶୁକ୍ର ଅତି ନିକଟରେ ଦେଖା ଯାଉଥିଲେ ମଧ୍ୟ ପ୍ରକୃତରେ ଦୁହେଁ ପରସ୍ପର ଠାରୁ ବହୁ ଦୂରରେ ଅଛନ୍ତି । ପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ଚନ୍ଦ୍ରର ଠିକ୍ ତଳେ ନଜର ଆସିଥିଲା ଶୁକ୍ର ଗ୍ରହ ।