ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ

124

କନକ ବ୍ୟୁରୋ : ବିମାନବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ । ବିମାନବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ।

ତେବେ ଏବେ ଭୁବନେଶ୍ୱର ବିମାନବନ୍ଦରରୁ ପୁରୀ ଅଭିମୁଖେ ଯାତ୍ରା କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ବିଭିନ୍ନ ଛକମାନଙ୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ଏହା ପ୍ରଥମ ଓଡିଶା ଗସ୍ତ ।