ଆଜିଠୁ ଆରମ୍ଭ ହେଉଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା : ଦୁଇ କେନ୍ଦ୍ରମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରି ଲୋଡ଼ିବେ ଜନ ଆଶୀର୍ବାଦ; ପଂଚାୟତ ନିର୍ବାଚନ ପାଇଁ ବଜାଇବେ ବିଗୁଲ

124

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ଏଥିରେ ସାମିଲ ହେବା ପାଇଁ ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଦୁଇ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ଏଥିପାଇଁ ବିମାନ ବନ୍ଦର ଆଗରେ ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିଜେପି ନେତା ଓ କର୍ମକର୍ତ୍ତା ବିମାନ ବନ୍ଦରରେ ପହଂଚି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଥର ଓଡ଼ିଶା ଆସିଛନ୍ତି ।

ବିମାନବନ୍ଦରରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଦୁଇ କେନ୍ଦ୍ରମନ୍ତ୍ରୀ ଯାତ୍ରା କରିଛନ୍ତି । ପ୍ରଥମେ ରାଜ୍ୟ ସଂଗ୍ରହାଳୟ ଛକ, ୧୦ଟାରେ ସାମନ୍ତରାପୁର ଛକ, ୧୦ଟା ୩୦ରେ ଲିଙ୍ଗିପୁର ଛକରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ବିଭିନ୍ନ ଛକରେ ସମ୍ବର୍ଦ୍ଧନା ଦିଆଯିବ । ତିନି ଦିନିଆ ଗସ୍ତରେ ଆସୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।