ମୃତ୍ୟୁକୁ ପାଖରେ ଦେଖି ନୂଆ ଜୀବନ ପାଇଲେ ମହିଳା : ଚଳନ୍ତା ଟ୍ରେନକୁ ଚଢିବା ବେଳେ ଖସିଗଲା ଗୋଡ଼; ଉଦ୍ଧାର କଲେ ଉପସ୍ଥିତ ଯାତ୍ରୀ ଓ ସୁରକ୍ଷା କର୍ମୀ

190

କନକ ବ୍ୟୁରୋ : ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ପଡିଗଲେ ମହିଳା । ଜୀବନ ବଂଚାଇଦେଲେ ପ୍ଲାଟଫର୍ମରେ ଥିବା ଯାତ୍ରୀ । ମଧ୍ୟପ୍ରଦେଶରେ ରେଳ ଷ୍ଟେସନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସିସିଟିଭିରେ କଏଦ ହୋଇଛି ଏହି ଛାତିଥରା ଦୃଶ୍ୟ । ଆରପିଏଫ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି । ଦେଖନ୍ତୁ କିପରି ଟ୍ରେନ୍ଟି ଚାଲୁଥିବା ସମୟରେ ଚଢିବାକୁ ଚେଷ୍ଟା କରୁଛନ୍ତି ମହିଳା ଜଣଙ୍କ । ଆଉ ଅସାବଧାନତା ଯୋଗୁ ଗୋଡ ଖସିଯିବାରୁ ପଡ଼ି ଯାଉଛନ୍ତି । ପାଖରେ ଥିବା ଅନ୍ୟ ଯାତ୍ରୀ ଓ ସୁରକ୍ଷା କର୍ମୀ ତୁରନ୍ତ ପହଂଚି ତାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରୁଛନ୍ତି ।