ଓଡିଶାକୁ ନେଇ ସିରିୟସ୍ ଅଛନ୍ତି କେନ୍ଦ୍ରୀୟ ନେତା । ଓଡିଶାରେ ହେବ ବିଜେପି ସରକାର । ୫୧ ପ୍ରତିଶତ ଭୋଟ୍ ଉପରେ ବିଜେପିର ଟାର୍ଗେଟ ।

245

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କସହ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ପ୍ଲାନ ଅଛି । କେନ୍ଦ୍ରରେ ପୁଣି ବିଜେପି ସରକାର କରିବ, ଓଡିଶାରେ ବି ସରକାର ପରିବର୍ତ୍ତନ ହେବ । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ ରହିଛି । ୫୧ ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବିଜେପି ଟାର୍ଗେଟ ରହିଛି ବୋଲି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ଭେଟିଛି । ଆଗାମୀ ଦିନରେ ଓଡିଶାରେ ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତା ମାନେ କହିଛନ୍ତି । ତାଙ୍କ ପାଖରେ ଓଡିଶାର ସ୍ଥିତି ବିଷୟରେ ତଥ୍ୟ ଅଛି । ଓଡିଶା ଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି । ନେତା ମାନେ ଖୋଲା ହୃଦୟରେ ସହାୟତା କରିବେ ବୋଲି କେନ୍ଦ୍ରୀୟ ନେତା ପ୍ରତିଶୃତି ଦେଇଛନ୍ତି । ଦିଲ୍ଲୀ ଗସ୍ତ ସଫଳ ହୋଇଛି, କେନ୍ଦ୍ରୀୟ ନେତୃତ୍ୱ ସିରିୟସ୍ ଅଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପିର ନୂଆ ମଙ୍ଗୁଆଲ ମନମୋହନ ସାମଲ ।

ସେପଟେ କର୍ଣ୍ଣାଟକ ନିର୍ବାଚନରେ ବ୍ୟସ୍ତତା କାରଣରୁ ଜେ. ପି. ନଡ୍ଡାଙ୍କ ସହ ଭେଟ ହୋଇନାହିଁ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ପ୍ଲାନ ଅଛି । ପର୍ମିଟେସନ୍ ଆଉ କମ୍ବିନେସନର ଆବଶ୍ୟକତା ନାହିଁ, ୫୧ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ସରକାର ହୋଇଯିବ । ବିଜେପିକୁ କ୍ଷମତାରୁ ରୋକିବା ପାଇଁ ବିଜେଡ଼ି ଅପପ୍ରଚାର କରୁଛି ବୋଲି ସେ କହିଛନ୍ତି ।