ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ, ୨୦୨୨ ଗଣନା ମୁତାବକ ଘୋଷଣା ହେଲା ଦେଶର ବାଘ ସଂଖ୍ୟା

421

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବାଘ ଗଣନା ପରେ କେତେ ବାଘ ରହିଛନ୍ତି ତାହା ଘୋଷଣା କରିଛନ୍ତି । ଦେଶରେ ବାଘସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ଦେଶପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫ ପ୍ରତିଶତ ବୃଦ୍ଧି ପାଇଥିବା କଥା ଜଣାପଡିଛି ।

ସୂଚନା ଥାଉକି ଆଜି ଦେଶରେ ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୁରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ଦେଶରେ ରହିଥିବା ବାଘସଂଖ୍ୟା ବାବଦରେ ସୂଚନା ଦେଇଛନ୍ତି । ୧୯୭୩ ମସିହାରେ ଜିମକ କଂବେଟ ଟାଇଗର ରିଜର୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରୋଜେକ୍ଟ ଟାଇଗରର ଶୁଭାରମ୍ଭ କରିଥିଲେ । ସେହି ସମୟରେ ଦେଶରେ ବାଘ ସଂଖ୍ୟା ୨୬୮ରୁ କମ୍ ଥିଲା । ହେଲେ ୫୦ ବର୍ଷ ପରେ ଏବେ ଦେଶରେ ଟାଇଗର ରିଜର୍ଭ ସଂଖ୍ୟା ୫୩ରେ ପହଂଚିଥିବା ବେଳେ ବାଘ ସଂଖ୍ୟା ୩,୧୬୭ରେ ପହଂଚିଛି ।