ପଦ୍ମପୁରରେ ବିଜେପି କରିବ ଧାମନଗରର ପ୍ରୟୋଗ: ଷ୍ଟାର ପ୍ରଚାରକ ବନିବେ ସୂରଜ 

431

କନକ ବ୍ୟୁରୋ: ରାଜନୀତିରେ ସିଷ୍ଟାଚାରର ଏହି ଚିତ୍ର ହିଁ ପ୍ରମାଣିତ କରୁଛି ସୂର୍ଯ୍ୟବଂଶୀ ସୂରଜଙ୍କ ପରିପକ୍ୱତା । ଆଉ ଏହି ପରିପକ୍ୱତାକୁ ପଦ୍ମପୁରରେ ଅସ୍ତ୍ର କରିବାକୁ ଯୋଜନା କରୁଛି ଭାରତୀୟ ଜନତା ପାର୍ଟି । ଧାନନଗର ଉପ-ନିର୍ବାଚନରେ ବିପୁଳ ବିଜୟ । ବିଜୟ ପରେ ଶପଥ ଗ୍ରହଣ । ଏହାରି ଭିତରେ ନବ-ନିର୍ବାଚିତ ବିଧାୟକଙ୍କୁ ନେଇ ବଡ଼ଧରଣର ଯୋଜନା କରିଛି ଭାରତୀୟ ଜନତା ପାର୍ଟି । ପଦ୍ମପୁର ଉପ-ନିର୍ବାଚନରେ ପ୍ରମୁଖ ଚେହେରା ଭାବେ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓହ୍ଲାଇବାକୁ ଯୋଜନା ରଖିଛି ବିଜେପି ।

ଧାମନଗର ପରାଜୟ ପରେ ବ୍ୟାକ୍ଫୁଟରେ ଥିବା ବିଜେଡି ପାଇଁ ପ୍ରାର୍ଥୀ ଚୟନ ଏବେ ବଡ଼ ଆହ୍ମନ । କାହାକୁ ପ୍ରାର୍ଥୀ କରିବ ଦଳ? ଅନୁକମ୍ପା ହାତେଇବା ପାଇଁ ବରିହା ପରିବାରରୁ କାହାକୁ ଟିକେଟ ଦେବ ନା’ ଧାମନଗରର ଅବନ୍ତୀ ଫୁର୍ମଲା ଆପଣାଇବ । ଏସବୁ ଭିତରେ କିନ୍ତୁ ପରିବାରରୁ ଜଣଙ୍କୁ ଟିକେଟ ଦେବା ପାଇଁ ଦାବି ଜୋର ଧରିଲାଣୀ ।

ଶାସକ ବିଜେଡି ଓ ବିରୋଧୀ ବିଜେପିର ପ୍ରସ୍ତୁତି ଭିତରେ, କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛି । ଦଳ ପୁରୁଣା ମୁହଁ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବ ନା’ ନୂଆ ମୁହଁକୁ ସୁଯୋଗ ଦେବେ । ତେବେ ଦଳର ବରିଷ୍ଠ ନେତା ସୁନୀଲ କୁମାର ଅଗ୍ରୱାଲ ଓ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଚମ୍ପକେଶ୍ୱର ପୁରୋହିତ ମଧ୍ୟ ଟିକେଟ ପାଇଁ ଆଶାବାଦୀ ଅଛନ୍ତି ।

ତିନି ପ୍ରମୁଖ ଦଳର ପ୍ରସ୍ତୁତି ଭିତରେ ପଦ୍ମପର କ’ଣ ଚାହୁଁଛି ତାହା ଗୁରୁତ୍ୱପୂର୍ଣ୍ଣ । କାରଣ, ମଣ୍ଡି ସମସ୍ୟା, ଫସଲ ବୀମା, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବି ଏବଂ ଜଳସେଚନ ସମସ୍ୟାକୁ ନେଇ ଦୀର୍ଘ ଦିନ ହେବ ସେଠାରେ ଜନ ଅସନ୍ତୋଷ ଲାଗି ରହିଛି ।